ETV Bharat / state

କୋରେଇବାସୀଙ୍କ ନିଦ ଉଡାଇଛି କୋଇଲା ଡିପୋ ! ଅସ୍ତବ୍ୟସ୍ତ ଜନଜୀବନ, ଜୋର ଧରିଲା ସ୍ଥାନାନ୍ତର ଦାବି - ଦାଉ ସାଧୁଛି କୋଇଲା ଡିପୋ

ଯାଜପୁର ଜିଲ୍ଲା ପଥରପଦା ପଞ୍ଚାୟତରେ ଦାଉ ସାଧୁଛି କୋଇଲା ଡିପୋ । କୋଇଲା ଗୁଣ୍ଡ ଉଡି ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଉଛି । ଅଧିକ ପଢ଼ନ୍ତୁ

pollution increased due to coal depot
କୋଇଲା ଡିପୋ ପାଇଁ ବଢୁଛି ପ୍ରଦୂଷଣ
author img

By

Published : Apr 12, 2023, 8:08 AM IST

Updated : Apr 12, 2023, 10:26 AM IST

କୋଇଲା ଡିପୋ ପାଇଁ ବଢୁଛି ପ୍ରଦୂଷଣ

ଯାଜପୁର: ପାଣିକୋଇଲି ଅଞ୍ଚଳରେ ମାଳମାଳ କୋଇଲା ଡିପୋ ପାଇଁ ବଢୁଛି ପ୍ରଦୂଷଣ l କୋଇଲା ଗୁଣ୍ଡ ଉଡି ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି l ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଏହି ଘଟଣାକୁ ନେଇ ଜନ ଅସନ୍ତୋଷ ବଢୁଛି l ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପଥରପଦା ଗ୍ରାମ ସ୍ଥିତ ଜୟ ଜଗନ୍ନାଥ କୋକ ନାମ କୋଇଲା ଡିପୋ ନାଁରେ l

ଏ ହେଉଛି ଯାଜପୁର ଜିଲ୍ଲା ପଥରପଦା ପଞ୍ଚାୟତରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି । ଏହି କମ୍ପାନୀ ପାଖାପାଖି 20 ଏକରରୁ ଊର୍ଦ୍ଧ୍ବ ଜମିରେ କୋଇଲା ଢ଼ାଳୁ ଥିବା ଦେଖିବାକୁ ମିଳିଛି । ତେବେ ଏତେ ପରିମାଣରେ କୋଇଲା ଗୁଣ୍ଡ ଢ଼ାଳିବା ଫଳରେ କୋଇଲା ଗୁଣ୍ଡ ଉଡି ବାୟୁ ପ୍ରଦୂଷଣ ସହିତ ଫସଲ ହାନୀ ଘଟୁଛି । ଖାଲି ଏତିକି ନୁହେଁ ଅଞ୍ଚଳରେ ଘର କରି ରହୁଥିବା 2ଶହ ପରିବାର ରହିବା ଏକପ୍ରକାର କଷ୍ଟକର ହୋଇ ପଡିଛି । କୋଇଲା ଗୁଣ୍ଡ ଉଡି ଘର ଭିତରକୁ ପଶିଯିବାରୁ ଦିନକୁ ଦିନ ପ୍ରଦୂଷଣ ଜନିତ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ଲୋକେ । ତେବେ କୋଇଲା ଡିପୋକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି l ମାତ୍ର କୌଣସି ଅଧିକାରୀ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ l ଏତେ ପରିମାଣର କୋଇଲା ଗୁଣ୍ଡ ଉଡିବା ଯୋଗୁଁ ଲୋକେ ଥଣ୍ଡା, କାଶ, ଶ୍ବାସ, ଚର୍ମ ଏବଂ କିଡୀନି ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "କୋଇଲା ଗୁଣ୍ଡ ଉଡ଼ିବା ଯୋଗୁଁ ଚାଷରେ ଅନେକ କ୍ଷତି ହେଉଛି । ଘରେ ମଧ୍ୟ କଳା ରଙ୍ଗର ଆସ୍ତରଣ ବସି ଯାଉଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇଛି । ହେଲେ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି । ତେଣୁ ତୁରନ୍ତ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ । ନଚେତ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।"

କୋଇଲା ଡିପୋ ଖୋଲିବା ଫଳରେ ଖାଲି ଅଞ୍ଚଳବାସୀ ନୁହନ୍ତି ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏତଦ ବ୍ୟତୀତ ଡିପୋ ଠାରୁ ମାତ୍ର 500 ମିଟର ଦୂରରେ ରହିଛି ଜବାହାର ନବୋଦୟ ସ୍କୁଲ l କୋଇଲା ଗୁଣ୍ଡ ଉଡି ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଏହି ଘଟଣା ସମ୍ପର୍କରେ ଆମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି," ଏହି ଘଟଣା ନେଇ କୌଣସି ଅଭିଯୋଗ ହେଇନାହିଁ, ଅଭିଯୋଗ ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ l" ଅଭିଯୋଗ ପରେ ଅଭିଯୋଗ କରି ନୟାନ୍ତ ସ୍ଥାନୀୟ ଅଞ୍ଚଳବାସୀ, କିନ୍ତୁ ପ୍ରଶାସନ କହୁଛି ଅଭିଯୋଗ ପହଞ୍ଚିନାହିଁ । ଏହି ଡିପୋ ଉପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଯାଜପୁର

Last Updated : Apr 12, 2023, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.