ଯାଜପୁର: ଯାଜପୁର ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଟି ଓ ବାଲି ଚୋରା ଚାଲାଣ କରୁଥିବା ଗାଡି ଉପରେ ଚଢ଼ାଉ କରାଯାଇଛି । ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।
ବେଆଇନ ଭାବେ ବାଲି ଓ ମାଟି ଚୋରା ଚାଲାଣକାରୀ ଗାଡିକୁ ଜବତ କରିବା ସହିତ ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । କୋରୋନା ପାଇଁ ଚାରିଆଡେ ଲକଡାଉନ ଜାରି ରହିଥିବାବେଳେ ଏହାର ସୁଯୋଗ ନେଇ କେତେକ ମାଫିଆ ଏଭଳି ବାଲି ଓ ମାଟି ଚୋରା ଚାଲାଣ କରୁଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ