ଯାଜପୁର: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି(ଶନିବାର) ବାଲିଚନ୍ଦ୍ରପୁର ଥାନାରେ ନାବାଳିକାଙ୍କୁ ଓଏଏସଙ୍କ ଘରେ ନିୟୋଜିତ କରିଥିବା ମାହାଙ୍ଗା ଅଂଚଳର ବ୍ରହ୍ମାନନ୍ଦ ଜେନାକୁ ପଚରା ଉଚରା କରିଛି ପୋଲିସ ।
ପୂର୍ବରୁ ଓଏଏସଙ୍କ ଶ୍ବଶୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ଓଏଏସ ପ୍ରମୋଦ ପୃଷ୍ଟି ଫେରାର ଅଛନ୍ତି । ବାଲିଚନ୍ଦ୍ରପୁର ଥାନା ପରିସରରେ ବ୍ରହ୍ମାନନ୍ଦଙ୍କୁ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଓ ଡିଏସପି ଙ୍କ ନେତୃତ୍ବରେ ବିଭିନ୍ନ ଦିଗରୁ ପଚରା ଉଚରା କରୁଛି ପୋଲିସ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ