ETV Bharat / state

ଯାଜପୁରରେ ବନ୍ଦ ପ୍ରଭାବ, ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ - ଯାଜପୁରରେ ବନ୍ଦ ପ୍ରଭାବ

ଓଡିଶା ବନ୍ଦ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ । ଅଧିକ ପଢନ୍ତୁ...

ଯାଜପୁରରେ ବନ୍ଦ ପ୍ରଭାବ, ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ

author img

By

Published : Jul 15, 2021, 3:38 PM IST

ଯାଜପୁର: ଓଡିଶା ବନ୍ଦ ସମୟରେ କୌଣସି ଅଘଟଣକୁ ନଜର ରଖି ଯାଜପୁର ରୋଡ ରେଳଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଆରପିଏଫ ଅଧିକାରୀ ରମାକାନ୍ତ ବାରିକ ସୂଚନା ଦେଇଛନ୍ତି । ତେବେ ଅହେତୁକ ତୈଳଦର ବୃଦ୍ଧି, ବିଦ୍ୟୁତ୍ କାଟ୍ ଆଦି ସମସ୍ୟାକୁ ନେଇ 4 ବାମ ଦଳ ଆଜି(ଗୁରୁବାର) 6 ଘଣ୍ଟିଆ ବନ୍ଦ ପାଳନ କରିଛି ।

ଯାଜପୁରରେ ବନ୍ଦ ପ୍ରଭାବ, ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ

ଏହି ସମୟରେ ରେଳଯାତ୍ରୀ ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ରେଳ ଷ୍ଟେସନ ମଧ୍ୟରେ ଆରପିଏଫ ଓ ଜିଆରପି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରପିଏଫ ଅଧିକାରୀ ରମାକାନ୍ତ ବାରିକଙ୍କ ନେତୃତ୍ୱରେ ଶତାଧିକ ପୋଲିସ କର୍ମଚାରୀ ଷ୍ଟେସନ ଭିତରେ ରହି ଯାତ୍ରୀମାନଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ସେପଟେ ଓଡିଶା ବନ୍ଦକୁ ସମର୍ଥନ ଜଣାଇ ଆସିଥିବା ବିଭିନ୍ନ ଦଳ ପକ୍ଷରୁ ଶାନ୍ତିଶୃଙ୍ଖଳାରେ ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ଅହେତୁକ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ଖାଇବା ତେଲର ଦର ବୃଦ୍ଧି ପ୍ରତିବାଦରେ ୪ଟି ବାମଦଳ ଆଜି ଓଡ଼ିଶାବନ୍ଦ ଡାକରା ଦେଇଥିଲା । ଏହାକୁ ସମର୍ଥନ ଜଣାଇ ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.