ETV Bharat / state

ଅସୁରକ୍ଷିତ ବିଟ ହାଉସ, ଡ୍ୟୁଟି କରିବାକୁ ଡରୁଛନ୍ତି କର୍ମଚାରୀ

ଯାଜପୁର ବ୍ୟାସନଗର ନିକଟସ୍ଥ ମହିଳା କଲେଜ ନିକଟ ପୋଲିସ ବିଟ ହାଉସ ଅସୁରକ୍ଷିତ ଅବସ୍ଥାରେ ପଡି ରହିଛି । ଫଳରେ ଏଠାରେ ଡ୍ୟୁଟି କରିବାକୁ ଡରୁଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ...

ଅସୁରକ୍ଷିତ ବିଟ ହାଉସ, ଡ୍ୟୁଟି କରିବାକୁ ଡରୁଛନ୍ତି କର୍ମଚାରୀ
ଅସୁରକ୍ଷିତ ବିଟ ହାଉସ, ଡ୍ୟୁଟି କରିବାକୁ ଡରୁଛନ୍ତି କର୍ମଚାରୀ
author img

By

Published : Dec 1, 2020, 4:41 PM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ସହର ଏବେ ଜନବହୁଳ ସହର ଭାବେ ପରିଗଣିତ ହୋଇଛି । ଏଠାରେ ପ୍ରତିଦିନ ହଜାର ହଜାର ଲୋକେ ଯାତାୟତ କରୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ବ୍ୟାସନଗର ସ୍ଥିତ ମହିଳା କଲେଜ ନିକଟରେ ଏକ ପୋଲିସ ବିଟ ହାଉସ ନିର୍ମାଣ କରାଯାଇଥିଲା । ମାତ୍ର ଏହି ବିଟ ହାଉସ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି । ଫଳରେ ଏଠାରେ ଡ୍ୟୁଟି କରିବାକୁ ହୋମଗାର୍ଡମାନେ ଅସୁରକ୍ଷିତ ମଣୁଛନ୍ତି ।

ଅସୁରକ୍ଷିତ ବିଟ ହାଉସ, ଡ୍ୟୁଟି କରିବାକୁ ଡରୁଛନ୍ତି କର୍ମଚାରୀ

ଅଞ୍ଚଳର ଜନସଂଖ୍ୟା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜିକୁ ପ୍ରାୟ 8 ବର୍ଷ ହେବ ଏହି ବିଟ ହାଉସଟି ନିର୍ମାଣ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶଙ୍ଖଚିଲା, ଦଳା ଛକ ସମେତ ମହିଳା କଲେଜ ଓ ନିକଟସ୍ଥ ସ୍କୁଲଗୁଡିକ ଉପରେ ନଜର ରଖିବା । ସେଥିପାଇଁ ତିନି ଜଣ ହୋମଗାର୍ଡ ଓ ଜଣେ ଥାନା ଅଧିକାରୀଙ୍କୁ ଏଠାରେ ନିୟୋଜିତ କରାଯାଇଥିଲା । ମାତ୍ର ଏବେ ଏହି ପୋଲିସ ବିଟ ହାଉସର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି । ଘରର ଛାତ ଭାଙ୍ଗି ଆଁ କଲାଣି । ତା ସାଙ୍ଗକୁ ଛାତର ରଡ ସହ ବାହାର ଅବସ୍ଥା ମଧ୍ୟ ପୁରାପୁରି ଖରାପ ରହିଛି । ପ୍ରତ୍ୟେକ ଦିନ ଛାତରୁ ସିମେଣ୍ଟ ଖସୁଛି । ଯାହାଫଳରେ ଭିତରେ ଡ୍ୟୁଟି କରିବାକୁ କର୍ମଚାରୀ ଡରୁଛନ୍ତି । ତେବେ ଏ ସମ୍ପର୍କରେ କର୍ମଚାରୀମାନେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିବା ନେଇ ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.