ETV Bharat / state

+2 ପରୀକ୍ଷା ଆରମ୍ଭ, ଜିଲ୍ଲାରେ 56 କଲେଜରେ ୧୭,୧୧୧ ପରୀକ୍ଷାର୍ଥୀ - jajpur +2 exam

ଚଳିତବର୍ଷର +2 ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର 56ଟି କଲେଜରେ ମୋଟ 17 ହଜାର 111ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସ୍ବଚ୍ଛ ଓ ନିରପେକ୍ଷ ପରୀକ୍ଷା ପରିଚାଳନା କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

+2 exam start today
+2 ପରୀକ୍ଷା ଆରମ୍ଭ, ଯାଜପୁରର 56 କଲେଜରେ ୧୭ହଜାର ୧୧୧ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା
author img

By

Published : Mar 3, 2020, 6:34 PM IST

ଯାଜପୁର: ଚଳିତବର୍ଷର +2 ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର 56ଟି କଲେଜରେ ମୋଟ 17 ହଜାର 111ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ବଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାରେ ମୋଟ 7ଟି ପରୀକ୍ଷା ହବ୍‌ ଗଠନ କରାଯାଇଛି ।

+2 ପରୀକ୍ଷା ଆରମ୍ଭ, ଯାଜପୁରର 56 କଲେଜରେ ୧୭ହଜାର ୧୧୧ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ପ୍ରଥମ ଦିନ ପରୀକ୍ଷାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯାଇଥିଲା । ପରୀକ୍ଷା ହଲ ଭିତରକୁ ମୋବାଇଲ ଏବଂ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ନନେବାକୁ ଦୃଢ ପଦକ୍ଷେପ ନିଆଯାଇଛି । ଏପରିକି ପରୀକ୍ଷା ନିୟନ୍ତ୍ରଣ କରୁଥିବା ଅଧ୍ୟାପକଙ୍କୁ ପରୀକ୍ଷା ହଲ ଭିତରକୁ ମୋବାଇଲ ନେବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ପରିଦର୍ଶନ କରିଥିଲେ ।

ଜିଲ୍ଲାର ଏନସି ସ୍ବୟଂଚାଳିତ କଲେଜରେ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ ପରୀକ୍ଷାକୁ ଶାନ୍ତିଶୃଙ୍ଖଳା କରିବାକୁ ମାଜିଷ୍ଟେଟଙ୍କ ସହ ପୋଲିସ ମୁତୟନ କରାଯାଇଛି । ସ୍ବଚ୍ଛ ଓ ନିରପେକ୍ଷ ପରୀକ୍ଷା ପରିଚାଳନା କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.