ETV Bharat / state

ଯାଜପୁରରେ ବିଜେପିର ଜନ ଅଦାଲତ, ଉଠିଲା ସ୍ଥାନୀୟ ସମସ୍ୟା - Jajpur bjp

ଅଦାଲତରେ ଚାଲିଥିଲା ଶୁଣାଣୀ । ପକ୍ଷଭୁକ୍ତ ଭୁକ୍ତ ଥିଲେ ସ୍ଥାନୀୟ ବିଧାୟକ ଏବଂ ସାଂସଦ । ଗୋଟିଗୋଟି ହୋଇ ଲୋକପ୍ରତିନିଧିଙ୍କ ଠାରୁ ହିସାବ ମଗାଯାଉଥିଲା । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଆୟୋଜନ କରିଥିଲା ଜନ ଅଦାଲତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Feb 18, 2019, 12:34 PM IST

ଯାଜପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ବୈତରଣୀ ପାର ହେବାକୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏହିକ୍ରମରେ ଯାଜପୁର ବ୍ୟାସନଗରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ଜନ ଅଦାଲତ କାର୍ଯ୍ୟକ୍ରମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ବିଜେଡି ସରକାର ବିରୋଧରେ ଆୟୋଜନ କରାଯାଇଥିଲା ଏହି ଜନ ଅଦାଲତ । ଯେଉଁଥିରେ ନାଟକୀୟ ଢଙ୍ଗରେ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଜନଅଦାଲତରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା ଜଜ୍ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟ ତଥା ଜିଲ୍ଲାରେ ବିଜେଡି ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଦୁର୍ନିତି, ଭ୍ରଷ୍ଟାଚାର, ଅନିୟମିତତା ସମ୍ପର୍କରେ ବିଚାରପତିଙ୍କ ସମ୍ମୁଖରେ ଜନ ଅଦାଲତରେ ଉପସ୍ଥାପନ କରାଯାଇଥିଲା।
undefined

ବେକାରୀ ସମସ୍ୟା, ଚାଷୀ ସମସ୍ୟା, ଶ୍ରମିକ ସମସ୍ୟା, ପ୍ରଦୂଷଣର ଭୟାବହତା, ଅସୁରକ୍ଷିତ ମହିଳା ସମାଜ ଆଦି ବିଭିନ୍ନ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା । ଏହି ଜନ ଅଦାଲତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ସ୍ଥାନୀୟ ବିଜେପି ନେତା ବିଶ୍ୱଜିତ୍ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ନେତ୍ରୀ ବବିତା ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଏଥିରେ ସାମିଲ ହୋଇଥିଲେ। ସେହିପରି ଦର୍ଶକ ଗ୍ୟାଲେରୀରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବୁଦ୍ଧିଜିବୀ ଉପସ୍ଥିତ ରହିଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.