ETV Bharat / state

ବିଷାକ୍ତ ପାଣି ପିଉଛନ୍ତି ଲୋକେ, ଘରେ ଘରେ କିଡନୀ ରୋଗୀ ! - ଅତା ପ୍ରଦୂଷିତ ଭୂତଳ ଜଳ

ଜଳ ନାଁରେ ଜହର ପିଉଛନ୍ତି ଜନସାଧାରଣ । ଚାଲିଛି ଜୀବନ ମରଣ ସହ ସଂଗ୍ରାମ । ପ୍ରଦୂଷିତ ଭୂତଳ ଜଳ ଯୋଗୁଁ ଗାଁରେ ବ୍ୟାପୁଛି ମାରାତ୍ମକ କିଡନୀ ରୋଗ । ଏଭଳି ଭୟଙ୍କର ସମସ୍ୟା ଉପୁଜିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମର । ଅଧିକ ପଢନ୍ତୁ...

ଜଳରେ କିଡନି ରୋଗ ବ୍ୟାପୁଥିବା ଅଭିଯୋଗ, ଗଲାଣି ଅନେକ ଜୀବନ

author img

By

Published : May 2, 2021, 8:59 PM IST

ଯାଜପୁର: ଜଳ ନାଁରେ ଜହର ପିଉଛନ୍ତି ଜନସାଧାରଣ । ଚାଲିଛି ଜୀବନ ମରଣ ସହ ସଂଗ୍ରାମ । ପ୍ରଦୂଷିତ ଭୂତଳ ଜଳ ଯୋଗୁଁ ଗାଁରେ ବ୍ୟାପୁଛି ମାରାତ୍ମକ କିଡନୀ ରୋଗ । ଏଭଳି ଭୟଙ୍କର ସମସ୍ୟା ଉପୁଜିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମର । ଏଠାରେ ପ୍ରାୟ ୩୫୦୦ ଲୋକ ବାସ କରନ୍ତି । ହେଲ ଗତ 2 ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗଲାଣି ଅନେକ ଜୀବନ । କିଛି ଏବେ ଶଯ୍ୟାଶାୟୀ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଜଳରେ କିଡନି ରୋଗ ବ୍ୟାପୁଥିବା ଅଭିଯୋଗ, ଗଲାଣି ଅନେକ ଜୀବନ

ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଏଭଳି ସ୍ଥିତି ଦେଖା ଦେଇଥିବା ଗ୍ରାମବାସୀ ଅଭେିଯାଗ କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗୀୟ ଟିମ ଏହି ଅଞ୍ଚଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିବା ସ୍ଥାନୀୟ ଡାକ୍ତର କହିଛନ୍ତି । ଅତା ଗ୍ରାମରେ ଏବେ ଶୋକାକୁଳ ପରେିବଶ । କିଏ ନିଜ ଆତ୍ମୀୟଙ୍କୁ ହରାଇ ଆତ୍ମହରା ତ ଆଉ କାହାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ନଳକୂପରୁ ଅଧିକ ଆଇରନ୍ ମାତ୍ରା ଥିବା ଦୂଷିତ ଜଳ ବାହାରୁଛି । ଯାହାକୁ ପାନ କରି ଲୋକେ ଏହିଭଳି ଭୟଙ୍କର ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି ।

ଏନେଇ ଗ୍ରାମବାସୀ ପୂବର୍ରୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭେିଯାଗ କରିଥିଲେ ସୁଦ୍ଧା କୌଣସି ଫଳ ମିଳିନାହିଁ । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦେକ୍ଷପ ଗ୍ରହଣ କରିବାକୁ ସରକାରଙ୍କ ନିକଟେର ଦାବି ଜଣାଇଛନ୍ତି ଗ୍ରାମବାସୀ ।

ଏ ସମସ୍ୟାକୁ ନେଇ ସୁକିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଜଳ ସମସ୍ୟା ଦୂର କରିବା ପାଇଁ ମେଗା ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ପାଣି ସମସ୍ୟା ଜନିତ ରୋଗ ହେଉଥିଲେ ଦୂର ହୋଇଯିବ ଏବଂ ଅଭିଯୋଗ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ବେଳ ଥାଉ ଥାଉ ଏହି ମାରାତ୍ମକ ରୋଗର ଚିକିତ୍ସା କରାଯାଇ ଏହାର ସମାଧାନ କରା ନଗେଲ, ଆଗକୁ ଏହି ଗାର ପରିସ୍ଥିତି ଭୟାବହ ହେବାର ସମ୍ଭାବନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.