ETV Bharat / state

ଗାଁକୁ ରାସ୍ତା ନାହିଁ, ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ରାସ୍ତା ଖରାପ ଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହୋଇ ମେଡିକାଲ ଗଲେ ରୋଗୀ । ଅଧିକ ପଢନ୍ତୁ

ରାସ୍ତା ଖରାପ ଥିବାରୁ ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ:ଖଟିଆରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

author img

By

Published : May 25, 2022, 3:18 PM IST

ଯାଜପୁର : ପୁଣି ସାମ୍ନକୁ ଆସିଲା ବିକାଶର ନଗ୍ନ ଚିତ୍ର। ରାସ୍ତା ଖରାପ ଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହୋଇ ମେଡିକାଲ ଗଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ ତଳପଳାସ ଖଳି ଗାଁରେ ।

ରାସ୍ତା ଖରାପ ଥିବାରୁ ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ:ଖଟିଆରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

ସୂଚନା ଅନୁସାରେ, ତଳପଳାସ ଖଳି ଗାଁର କୁଁଆର ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡାଙ୍କର ବୁଧବାର ସକାଳେ ହଠାତ ଅସୁସ୍ଥ ହୋଇ ପଡିଲେ । ପରେ ପରିବାର ଲୋକେ ବାସନ୍ତୀଙ୍କୁ ମେଡିକାଲ ନେବାକୁ 108କୁ ଯୋଗାଯୋଗ କରିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇପରିନ ଥିଲା।

ଫଳରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଅସୁସ୍ଥ ବାସନ୍ତୀ ମୁଣ୍ଡାଙ୍କୁ ଘର ପାଖରୁ ପାଖାପାଖି ୩ କିଲୋମିଟରରୁ ଅଧିକ ବାଟ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.