ETV Bharat / state

DMU ଟ୍ରେନ୍‌ରେ ବଗି ବୃଦ୍ଧି ଦାବି, କୋରେଇରେ ପାସେଞ୍ଜରଙ୍କ ଧାରଣା

author img

By

Published : Oct 10, 2022, 5:38 PM IST

ଡିଏମୟୁ ପାସେଞ୍ଜର ଟ୍ରେନରେ ବଗି ବଢ଼େଇବା ଦାବିରେ ଦୁଲାଖାପାଟଣା ରେଳ ଷ୍ଟେସନ ନିକଟରେ କୋରେଇ ପାସେଞ୍ଜରଙ୍କ ଧାରଣା । ଅଧିକ ପଢନ୍ତୁ

ବଗି ବଢ଼େଇବା ଦାବିରେ ଦୁଲାଖାପାଟଣା ରେଳ ଷ୍ଟେସନ ନିକଟରେ କୋରେଇ ପାସେଞ୍ଜରଙ୍କ ଧାରଣା

ଯାଜପୁର: ଡିଏମୟୁ ପାସେଞ୍ଜର ଟ୍ରେନରେ ବଗି ସଂଖ୍ଯା ବୃଦ୍ଧି ଦାବିରେ କୋରେଇ ପାସେଞ୍ଜରଙ୍କ ଧାରଣା । ଏହି ଟ୍ରେନରେ ପୂର୍ବରୁ ଭଦ୍ରକରୁ ଭୁବନେଶ୍ବର ଯାଉଥୁବାବେଳେ ବର୍ତ୍ତମାନ କିନ୍ତୁ ବାଲେଶ୍ବରରୁ ଭୁବନେଶ୍ବର ଯାଉଛି ଏହି ଟ୍ରେନ । ଫଳରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଅନେକ ଯାତ୍ରୀ ଟେ୍ରନ ଆଗରେ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଟ୍ରେନରେ ବଗି ବଢାଇବା ସହ ବିଭିନ୍ନ ଦାବି ନେଇ ଦୁଲାଖା ପାଟଣା ରେଳ ଷ୍ଟେସନରେ ପାସେଞ୍ଜର ଧାରଣା ଦେଇଥିଲେ । ଆଜି ସକାଳୁ ରେଳଯାତ୍ରୀମାନେ ଷ୍ଟେସନରେ ଏକତିତ୍ର ହୋଇ ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନକୁ ଦୀର୍ଘ ସମୟ ଧରି ଅଟକାଇ ଧାରଣା ଦେଇଥିଲେ । କାରଣ କୋରନା କଟକଣା ଉଠି ସାରିବା ପରେ ମଧ୍ୟ ରେଳ ବିଭାଗ ଯାତ୍ରୀମାନଙ୍କଠାରୁ ପାସେଞ୍ଜର ଭଡା ବଦଳରେ ଏକ୍ସପ୍ରେସ ଭଡା ନିଆଯାଉଛି ।

ଏଥିସହ ଭଦ୍ରକରୁ ଯାଉଥିବା DMU ଟ୍ରେନକୁ ବାଲେଶ୍ବର ଭୁବନେଶ୍ବରକୁ ସଂପ୍ରସାରଣ କରିବା ଫଳରେ ଅତ୍ୟଧିକ ଭିଡ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି । ଏଥିସହ ଟ୍ରେନ ବଢାଇବା ଆଦି ଦାବିରେ ରେଳ ଯାତ୍ରୀମାନେ ଆଜି ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ଭଦ୍ରକ ଆରଡ଼ି ଗସ୍ତରେ ଭୁବନେଶ୍ୱର ସାଂସଦ, ଯାଜପୁରରେ ଭବ୍ୟ ସ୍ବାଗତ

ଅନ୍ୟପଟେ ଦୀର୍ଘ ସମୟ ଧରି ଟ୍ରେନ ଅଟକ ରହିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ଯାତ୍ରୀମାନଙ୍କ ଆଲୋଚନା ପରେ ଟ୍ରେନ ଯାତାୟତ ସ୍ବାଭାବିକ ହୋଇଛି । ସେପଟେ ଏସବୁ ଦାବିଗୁଡିକ ଯଦି ୧୭ତାରିଖ ସୁଧା ସମାଧାନ ନ କରାଯାଏ ତା ହେଲେ ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ନିୟମିତ ରେଳ ଯାତ୍ରୀ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଂଘର ଆବାହକ ଚେତାବନୀ ଦେଇଛନ୍ତି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.