ETV Bharat / state

ପାଣିକୋଇଲି ଟୋଲପ୍ଲାଜା କର୍ମୀଙ୍କ ଦରମା ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା

author img

By

Published : May 12, 2020, 10:15 PM IST

ପାଣିକୋଇଲି ଟୋଲପ୍ଲାଜା ସୁରକ୍ଷା କର୍ମୀଙ୍କ ଦରମା ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା । ଏପଟେ ଉତ୍ତ୍ୟକ୍ତ କର୍ମଚାରୀ ଟୋଲପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Panikoili toll plaza workers protest for delayed payment
ପାଣିକୋଇଲି ଟୋଲପ୍ଲାଜା କର୍ମୀଙ୍କ ଦରମା ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା

ଯାଜପୁର: ପାଣିକୋଇଲି ଟୋଲପ୍ଲାଜା ସୁରକ୍ଷା କର୍ମୀଙ୍କ ଦରମା ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା । ଉତ୍ତ୍ୟକ୍ତ କର୍ମଚାରୀ ମାନେ ଟୋଲପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା ଜଣାପଡିଛି । ସୂଚନାମୁତାବକ, ଗତ ମାସର ଦରମାରୁ ଅଧା ଦରମା ଦେବାରୁ ଏହାର ପ୍ରତିବାଦ କରିଥିଲେ କାର୍ଯ୍ୟରତ 57 କର୍ମଚାରୀ । କିନ୍ତୁ ଟୋଲପ୍ଲାଜାର ମ୍ୟାନେଜର ଏମାନଙ୍କ କଥାକୁ ଭ୍ରୁକ୍ଷେପ ନକରି ରେଡ଼ଜୋନ ଅଞ୍ଚଳରୁ ପିଲାଙ୍କୁ ଆଣି ନିଯୁକ୍ତି ଦେଇଥିଲେ । ଫଳରେ ପୂର୍ବରୁ ଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଏପଟେ ସାରା ଦେଶରେ ଲକଡାଉନ ଜାରି ଥିବା ବେଳେ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ନଦେବାରୁ କର୍ମଚାରୀ ମାନେ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦର୍ଶାଇଛନ୍ତି । ତେଣୁ ବକେୟା ଦରମା ପଇଠ ନକଲେ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସୁରକ୍ଷା କର୍ମୀ । ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କର୍ମଚାରୀ ମାନଙ୍କ ସହ ଆଲୋଚନା କରି ମ୍ୟାନେଜରଙ୍କୁ ଉଦ୍ଧାର କରିଛନ୍ତି ।

ଏପଟେ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ ଫଳରେ ଟୋଲପ୍ଲାଜା ନିକଟରେ ଦୀର୍ଘ ସମୟ ଧରି ଯାନବାହାନ ଅଟକି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.