ETV Bharat / state

ପଞ୍ଚାୟତ ନିର୍ବାଚନୀ ହିଂସା, ଯାଜପୁର ବ୍ଲକର ୫ ବୁଥ୍‌ରେ ମତଦାନ ବନ୍ଦ - ଯାଜୁପୁର ଜିଲ୍ଲାରେ ୫ଟି ବୁଥରେ ମତଦାନ ବନ୍ଦ

ଯାଜପୁର ବ୍ଲକ ଅନ୍ତର୍ଗତ 5ଟି ବୁଥ ଜବରଦଖଲ ଫଳରେ ମତଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁଜନପୁର ପଂଚାୟତର 1 ନମ୍ବର, ଏରବାଙ୍କ ପଂଚାୟତର 2 ଓ 3 ନମ୍ବର, ରୁଦ୍ରପୁର ପଞ୍ଚାୟତର 4 ଓ 5 ନମ୍ବର ବୁଥକୁ କିଛି ଦୁର୍ବୃତ୍ତ ଜବର ଦଖଲ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନୀ ହିଂସା, ଯାଜପୁର ବ୍ଲକର ୫ଟି ବୁଥ୍‌ରେ ମତଦାନ ବନ୍ଦ

author img

By

Published : Feb 16, 2022, 8:00 PM IST

ଯାଜପୁର: ଯାଜପୁର ବ୍ଲକ ଅନ୍ତର୍ଗତ 5ଟି ବୁଥ ଜବର ଦଖଲ ଫଳରେ ମତଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁଜନପୁର ପଂଚାୟତର 1 ନମ୍ବର, ଏରବାଙ୍କ ପଞ୍ଚାୟତର 2 ଓ 3 ନମ୍ବର ବନ୍ଦ ରହିଛି । ସେହିଭଳି ରୁଦ୍ରପୁର ପଞ୍ଚାୟତର 4 ଓ 5 ନମ୍ବର ବୁଥକୁ କିଛି ଦୁର୍ବୁର୍ତ୍ତ ଜବର ଦଖଲ କରିଥିବା ଅଭିଯୋଗ ହୋଇଛି ।

ପଞ୍ଚାୟତ ନିର୍ବାଚନୀ ହିଂସା, ଯାଜପୁର ବ୍ଲକର ୫ଟି ବୁଥ୍‌ରେ ମତଦାନ ବନ୍ଦ

ସେହିପରି ସୁଜନପୁର ପଞ୍ଚାୟତର 1 ନମ୍ବର ବୁଥକୁ ଭଙ୍ଗାରୁଜା କରିବା ସହ ବାଲଟ ପେପରକୁ ନେଇ ଯାଇଛନ୍ତି । ଅନ୍ୟପଟେ ଏରବାଙ୍କ ପଞ୍ଚାୟତର 2 ଓ 3 ନମ୍ବର ବୁଥ ଅଞ୍ଚଳରେ ବୋମାମାଡ଼ ସହିତ ହିଂସାକାଣ୍ଡ ହୋଇଛି ।

ଅପରପକ୍ଷେ ପୋଲିସ ଉପସ୍ଥିତିରେ ରୁଦ୍ରପୁର ପଞ୍ଚାୟତ ବୁଥରେ ଏକାଧିକ ଭୋଟର ବାଲଟ ବାକ୍ସରେ ଭୋଟ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଏପଟେ ହିଂସାକାଣ୍ଡ ଘଟିଥିବା ବୁଥ ଗୁଡିକରେ ଭୋଟ୍ ଗ୍ରହଣ ବନ୍ଦ ରହିଛି । ତେବେ ହିଂସାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ବିଡିଓ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.