ଯାଜପୁର: ଜିଲ୍ଲା ହରିପୁର ସ୍କୁଲ ପରିସରରେ ‘ନୂଆ ଆଲୋକ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଏବଂ ସମାଜସେବୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ ।
ଏହି ଶିବିରରେ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇ ରକ୍ତଦାନ ଓ ଅଙ୍ଗଦାନ କରିଥିଲେ । ଏହି ଅବସରରେ ଉଭୟ ଅଭିମନ୍ୟୁ ଦାସ ଏବଂ ପ୍ରଭାସ ଆଚାର୍ଯ୍ୟଙ୍କୁ ନୂଆଆଲୋକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ