ETV Bharat / state

ଆସୁଛି ପାର୍ବଣ ଋତୁ, ରଙ୍ଗୀନ ଆଲୁଅରେ ଝଲସିବ ଯାତ୍ରାମଞ୍ଚ - ଯାଜପୁରରେ କମ୍ପିବ ଯାତ୍ରା ପେଣ୍ଡାଲ

ପାଖେଇ ଆସୁଛି ପାର୍ବଣ ଋତୁ । ଯାଜପୁରରେ ପୁଣି କମ୍ପିବ ଯାତ୍ରା ପେଣ୍ଡାଲ । ରଙ୍ଗୀନ ଆଲୁଅରେ ଦୁଲୁକିବ ମଞ୍ଚ । ସେଲିବ୍ରିଟି ଯାତ୍ରା କଳାକାରଙ୍କ ନିଖୁଣ ଅଭିନୟରେ ବିଭୋର ହେବେ ଦର୍ଶକ । ଆଗକୁ ଗଣେଷ ପୂଜା ଥିବାରୁ ଆଖଡା ଶାଳାରେ ଫୁଲ୍‌ ଦମ୍‌ରେ ଲାଗି ପଡିଛନ୍ତି କଳାକାର । ଦେଖନ୍ତୁ ରିପୋର୍ଟ

ରଙ୍ଗୀନ ଆଲୁଅରେ ଝଲସିବ ଯାତ୍ରାମଞ୍ଚ
ରଙ୍ଗୀନ ଆଲୁଅରେ ଝଲସିବ ଯାତ୍ରାମଞ୍ଚ
author img

By

Published : Jul 24, 2022, 3:46 PM IST

ଯାଜପୁର: ପାଖେଇ ଆସୁଛି ପାର୍ବଣ । ଯାଜପୁରରେ ପୁଣି କମ୍ପିବ ଯାତ୍ରା ପେଣ୍ଡାଲ । ରଙ୍ଗୀନ ଆଲୁଅରେ ଦୁଲୁକିବ ମଞ୍ଚ । କୋଭିଡ ମହାମାରୀ ଯୋଗୁଁ ୨ ବର୍ଷ ହେବ ଘରେ ମୁହଁ ମାଡି ପଡିରହିଥିବା ବେଳେ ଚଳିତ ବର୍ଷ ପୁଣି ରଙ୍ଗବୋଳି ମଞ୍ଚକୁ ଓହ୍ଲାଇବେ ଯାତ୍ରା କଳାକାର । ଯାତ୍ରାପାର୍ଟି ମାଲିକଙ୍କଠାରୁ ଆରମ୍ଭ କରି କଳାକାର ଓ ଦର୍ଶକଙ୍କ ମଧ୍ୟରେ ଦେଖାଦେଇଥିଲା ନୈରାଶ୍ୟତା । ଫଳରେ ହତୋତ୍ସାହିତ ହୋଇପଡିଥିଲେ କଳାକାର । ସେଲିବ୍ରିଟି ଯାତ୍ରା କଳାକାରଙ୍କ ନିଖୁଣ ଅଭିନୟରେ ବିଭୋର ହେବେ ଦର୍ଶକ । ଚଳିତ ବର୍ଷ ଠାରୁ ଦର୍ଶକଙ୍କ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ପ୍ରସ୍ତୁତ ହେଉଛି ଜଲିଉଡ ଜଗତ ।ଆସନ୍ତା ଗଣେଷ ପୂଜା ପରଠାରୁ ଯାତ୍ରା ପେଣ୍ଡାଲ ଦୁଲୁକିବାକୁ ଥିବା ବେଳେ ନିଜ ନିଜ ଆଖଡା ଶାଳରେ ଅଭ୍ୟାସ ଜାରି ରଖିଛନ୍ତି କଳାକାର ।

ରଙ୍ଗୀନ ଆଲୁଅରେ ଝଲସିବ ଯାତ୍ରାମଞ୍ଚ

ଦିନେ A ଗ୍ରେଡ ଯାତ୍ରା ପାର୍ଟି ଭାବେ ଜଗତସିଂହପୁର ଜିଲ୍ଲାର ପ୍ରାଧାନ୍ୟ ରହିଥିବା ବେଳେ ସମୟ ସ୍ରୋତରେ ଏହି ସ୍ଥାନକୁ ଦଖଲ କରିଛି ଯାଜପୁର ଜିଲ୍ଲା । ଆଧିନିକ ନୃତ୍ୟ ଓ ଗୀତ ପରିବେଷଣ କ୍ଷେତ୍ରରେ ଯାଜପୁର ଜିଲ୍ଲାର ଯାତ୍ରା ପାର୍ଟି ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶିବାନୀ, କୋଣାର୍କ, ଧଉଳୀ, ତୁଳସୀ, ସାଇ ସମ୍ରାଟ, ସ୍ୱର୍ଣ୍ଣ ମନ୍ଦିର, ସ୍ୱପ୍ନ ମହଲ, ସୂର୍ଯ୍ୟ ମନ୍ଦିର ଭଳି ଅନେକ ଯାତ୍ରା ପାର୍ଟି ଅନେକ ନାଟକ ରହିଛି ଯାଜପୁର ଜିଲ୍ଲାର ପ୍ରଯୋଜକଙ୍କ ହାତରେ । ଏନେଇ ଅଭିନେତା, ଅଭିନେତ୍ରୀ, ଖଳନାୟକଙ୍କ ଠାରୁ ଆରମ୍ଭ କରି ପ୍ରଯୋଜକଙ୍କ ଖୁସି କହିଲେ ନସରେ । ଯାଜପୁର ଜିଲ୍ଲାରେ ଯାତ୍ରା ଇତିହାସ ଅନେକ ପୁରୁଣା । ରସୁଲପୁର ବ୍ଲକ ସାଂରଗପୁର ଅଞ୍ଚଳର ବିଶିଷ୍ଟ ନାଟ୍ୟକାର ଫକିର ମୋହନ ସାହାଣୀଙ୍କ ଉପରେ ପ୍ରସ୍ତୁତ ଏକ ନାଟକ ସାହାଣୀ ମାଷ୍ଟ୍ରେଙ୍କ ଭଂଗା ସିଲଟ ସାରା ରାଜ୍ୟରେ ଚହଳ ପକାଇଥିଲା । ସେଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଫକିର ମୋହନଙ୍କୁ ଯାତ୍ରା ସନ୍ୟାସୀର ଉପାଧି ମଧ୍ୟ ମିଳିଥିଲା । ଏହା ପରଠାରୁ ଯାତ୍ରା ଜଗତରେ ଅନେକ ଉଥାନ ପତନ ଆସିଛି ।

ଅଭିନେତା ଶଙ୍ଖାଳି, ଅଭିନେତ୍ରୀ ଟିକି, ଖଳନାୟକ କାହ୍ନା, କୋଣାର୍କରେ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା, ଅଭିନେତ୍ରୀ ନଳିନୀ, ପୁଜା ଏବଂ ମିଟୁନା ଥିିବା ବେଳେ ଅଭିନେତା ଭାବେ ରତିକାନ୍ତ ଅଛନ୍ତି । ସେହିପରି ଧଉଳି ଗଣନାଟ୍ୟରେ ଚର୍ଚ୍ଚିତ ଅଭିନେତା ଗୌର ଦାସ ନିଜର ଅଭିନୟର ଯାଦୁ ଦେଖାଇବେ । ନିର୍ଦ୍ଦେଶନା କ୍ଷେତ୍ରରେ ଚଳଚିତ୍ର ଅଭିନେତା କୋଣାର୍କ ଯାତ୍ରା ପାଇଁ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ବରିଷ୍ଠ କଳାକାର ଅଶୃମୋଚନ ମହାନ୍ତି ।

ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ଯାତ୍ରା ପାର୍ଟିକୁ ନେବା ପାଇଁ ବୁକିଂ ଆରମ୍ଭ କରିଛନ୍ତି । 2 ବର୍ଷ ପରେ ପୁଣି ସବୁକିଛି ଆୟୋଜନ ହେଉଥିବାରୁ ଯାତ୍ରା କଳାକାରଙ୍କ ଖୁସି କହିଲେ ନସରେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.