ETV Bharat / state

ପାଟନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Jul 11, 2022, 6:36 PM IST

ତିନି ଦିନ ଧରି ନିଖୋଜ ଥିଲେ ପୁଅ । ଆଜି ସକାଳୁ ମିଳିଲା ପୁଅର ମୃତଦେହ । ପୁଅର ମୃତ୍ୟୁକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ

ପାଟନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ପାଟନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯାଜପୁର : କୋରେଇ ଥାନା ଗଜେନ୍ଦ୍ରପୁର ଗାଁ ପାଟନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲ ମଧ୍ୟ ମୃତ୍ୟୁୁର କାରଣ ଜଣାପଡ଼ିନାହିଁ ।

ସୂଚନା ମୁତାବକ ଗତ ୯ ତାରିଖରେ ଅସନଝର ଗାଁର ପ୍ରଫୁଲ୍ଲ ନାୟକଙ୍କ ପୁଅ ବିଜୁ ନାୟକ (୨୫) କୋରେଇ ଥାନା କନ୍ତର ହାଟକୁ ସଉଦା କିଣିବାକୁ ଆସିଥିଲେ । ମାତ୍ର ବିଜୁ ଆଜକୁ ତିନିଦିନ ହେବ ଆଉ ଘରକୁ ଫେରିନଥିଲେ । ତେବେ ପରିବାର ପକ୍ଷରୁ ବିଜୁର ନିଖୋଜ ହେବା ନେଇ କୋରେଇ ଥାନାରେ ଏତଲା ଦେଇଥିଲେ ।

ଆଜି ସକାଳୁ ଗଜେନ୍ଦ୍ରପୁର ଗାଁର କିଛି ଲୋକ ବିଲ କାମ କରିବାକୁ ଆସି ଥିଲେ । ଗାଁ ଲୋକେ ପାଟନାଳରେ ମୃତଦେହ ପଡ଼ିଥିବା ଦେଖି ବିଜୁଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଏନେଇ କୋରେଇ ପୋଲିସକୁ ଜଣାଇବା ସହିତ ଘଟଣା ସ୍ଥଳରେ ପହଞ୍ଚଥିଲେ ।

ସେପଟେ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନିର୍ଦ୍ଦେଶ କ୍ରମେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବିଜୁଙ୍କ ଶବକୁ ଉଦ୍ଧାର କରିଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ଏସଆଇ ଅଶୋକ କୁମାର ସ୍ୱାଇଁ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.