ETV Bharat / state

Jajpur Road Accident: ଟ୍ରକ ଧକ୍କାରେ ପୋଲିସ କର୍ମଚାରୀ ମୃତ - ଯାଜପୁର ସଡକ ଦୁର୍ଘଟଣା ଖବର

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଟିକର ପୋଲ ନିକଟର ଏକ ସଡକ ଦୁର୍ଘଟଣା(Jajpur Road Accident)ରେ ଜଣେ ପୋଲିସ କର୍ମଚାରୀ ମୃତ । ଅଧିକ ପଢନ୍ତୁ

Jajpur Road Accident: ଟ୍ରକ ଧକ୍କାରେ ପୋଲିସ କର୍ମଚାରୀ ମୃତ

author img

By

Published : Dec 11, 2021, 7:42 AM IST

ଯାଜପୁର: ପାଣିକୋଇଲି ଥାନା ଟିକର ପୋଲ ନିକଟର ଏକ ସଡକ ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ମୃତ। ପୋଲିସ ପେଟ୍ରୋଲିଂ ଗାଡି ସହ ଟ୍ରକ ଧକ୍କା ଦେବା ଫଳରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଛି ।

Jajpur Road Accident: ଟ୍ରକ ଧକ୍କାରେ ପୋଲିସ କର୍ମଚାରୀ ମୃତ

ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ରାତି ୯ଟାରେ କୁଆଖିଆ ଆଡୁ ଏକ ଖାଲି ଟ୍ରକ ପାଣିକୋଇଲି ଆଡେ ଆସୁଥିଲା । ଏହି ସମୟରେ ଟିକର ପୋଲ ନିକଟରେ ଟ୍ରକଟି ନିଜର ଭାରସାମ୍ୟ ହରାଇ କୁଆଖିଆରୁ ବ୍ରଜନଗର ଦେଇ ଆସୁଥିବା ପୋଲିସ ପେଟ୍ରୋଲିଂ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କୁଆଖିଆ ଥାନା ହୋମଗାର୍ଡ ସତ୍ୟନାରାୟଣ ପଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ପାଣିକୋଇଲି ପୋଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି । ଏଥିସହ ସମ୍ପୃକ୍ତ ଟ୍ରକ ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଥିବା ପାଣିକୋଇଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.