ETV Bharat / state

ଟ୍ରକ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା, ସ୍କୁଟି ଚାଳକ ମୃତ

author img

By

Published : Dec 7, 2022, 3:57 PM IST

ଟ୍ରକ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା । ଯାଜପୁର ଜିଲ୍ଲା କୋରେଇ ଥାନା ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା । ଟ୍ରକ ସହିତ ଏକ ସ୍କୁଟିର ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

one killed in road accident in jajpur
ଟ୍ରକ-ସ୍କୁଟି ମୁହାଁମୁହାିଁ ଧ୍କକା, ଗାଡ଼ି ଚାଳକ ମୃତ୍ୟୁ

ଯାଜପୁର: କୋରେଇ ଥାନା ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା । ଟ୍ରକ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସୋବର ଗ୍ରାମର ପ୍ରଦୀପ ନାଟିଆ ହୋଇଥିବା ଜଣାପଡ଼ିଛି । ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା

ସୂଚନା ମୁତାବକ, ଆଜି (ବୁଧବାର) ସକାଳୁ ସୋବର ଗ୍ରାମର ପ୍ରଦୀପ ନାଟିଆ ନୂଆଗଡ ଗୋଲେଇ ଛକ ଦେଇ ନିଜ ଭଡାଘରକୁ ସ୍କୁଟି ଯୋଗେ ଯାଉଥିଲେ । ହଠାତ ବ୍ରହ୍ମାଣୀଦେବୀ ଛକରେ ଅପରପକ୍ଷରୁ ଏକ ଟ୍ରକ ଦୃତ ଗତିରେ ଆସି ଯୁବକଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖି କୋରେଇ ପୋଲିସକୁ ସୂଚନା ଦେଇଥିଲେ । ତେବେ ଖବର ପାଇ କୋରେଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଟ୍ରକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଗତ ତିନି ବର୍ଷ ହେବ ମୃତ ପ୍ରଦୀପଙ୍କ ବିବାହ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.