ETV Bharat / state

ମାଛ ବିକାଳୀଙ୍କ ଉପରେ ମାଡିଗଲା ଟ୍ରକ - truck hits fish seller

ଯାଜପୁର ଜିଲ୍ଲା ଗଣେଷ ବଜାର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

truck hits cycle
ମାଛ ବିକାଳୀଙ୍କ ଉପରେ ମାଡିଗଲା ଟ୍ରକ
author img

By

Published : Mar 1, 2023, 9:11 AM IST

ମାଛ ବିକାଳୀଙ୍କ ଉପରେ ମାଡିଗଲା ଟ୍ରକ

ଯାଜପୁର: ଜିଲ୍ଲା ରୋଡ ଥାନା ଗଣେଷ ବଜାର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ଜଣେ ମାଛ ବିକାଳୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସ୍ଥାନୀୟ ନେଳିବରୀ ଗ୍ରାମର ଅନାଦି ମଳିକ । ସାଇକେଲରେ ମାଛ ବିକ୍ରି କରିବାକୁ ଯାଉଥବା ବେଳେ ଏକ 10 ଚକିଆ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

ସୂଚନା ମୁତାବକ, ସକାଳୁ ସକାଳୁ ଯାଜପୁର ରୋଡ ଥାନା ନେଳିବାରୀ ଗାଁର ଅନାଦି ମଳିକ ସାଇକେଲରେ ମାଛ ନେଇ ଯାଜପୁର ରୋଡ ଆସୁଥିଲେ । ହଠାତ୍‌ ଗଣେଶ ବଜାଇ ଛକରେ ଅପରପକ୍ଷରୁ ଏକ ଗ୍ୟାସ ବୋଝେଇ ଟ୍ରକ ଦ୍ରୁତଗତିରେ ମାଡି ଆସି ଅନାଦିଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅନାଦିଙ୍କ ମୃତ୍ୟୁ ହୋଇଥିଲା । ଯାଜପୁର ରୋଡ ପୋଲିସ ଗଣେଶ ବଜାର ଛକରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏଥିସହିତ ଦୁର୍ଘଟଣା ଘଟାଇ ଥିବା ଗ୍ୟାସ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ନିଆଯାଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି l

ଏହା ବି ପଢନ୍ତୁ...Road Mishap: ନେଉଳପୁରରେ ଟ୍ରକକୁ ଧକ୍କା ଦେଲା ଆଇଚର, 7 ମୃତ

ଅନାଦିଙ୍କ ମୃତ୍ୟୁ ଖବର ପାଇ ଦାନିଆବର, ନେଲିଵାରୀ ଗାଁର, ରାଛିପୁର ଓ ଯାଜପୁର ରୋଡ ଅଞ୍ଚଳ ଶତାଧିକ ଲୋକ ପହଞ୍ଚି ମୃତକଙ୍କ ପରିବାରୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଲୋକଙ୍କ ଦାବିକୁ ଦୃଷ୍ଟିରେ ପୋଲିସ ସ୍ଥାନୀୟ ଲୋକ ଗ୍ୟାସ କମ୍ପାନୀ ସହିତ କ୍ଷତିପୂରଣ ଦେବା ଉପରେ ଆଲୋଚନା କରୁଥିବା ସୂଚନା ମିଳିଛି । ସବୁ ଦିନ ପରେ ଆଜି ସକାଳୁ ମଧ୍ୟ ମାଛ ବିକ୍ରି କରିବାକୁ ବାହାରି ଥିଲେ ଅନାଦି । ମାଛ ବିକ୍ରି କରିବେ ଆଉ ଯାହା ଦୁଇ ପଇସା ହେବ ସେଥିରେ ଚୁଲି ଜଳିବ । ହେଲେ ସବୁ କିଛି ଟ୍ରକ ଚକା ତଳେ ଚାପି ହୋଇଗଲା । କିଏ ଜାଣିଥିଲା ରାସ୍ତାରେ ମୃତ୍ୟୁ ଜଗିଛି ।

ଏହା ବି ପଢନ୍ତୁ...ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୁଅ ଗୁଳିରେ ବାପା ମୃତ

ପ୍ରକାଶଥାଉ କି, ଗତ ଫେବୃଆରୀ 25 ତାରିଖରେ ଯାଜପୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଜିଲ୍ଲା ଚଣ୍ଡିଖୋଲ ଅନ୍ତର୍ଗତ ନେଉଳପୁରସ୍ଥିତ ସେଣ୍ଟ୍ରାସ ବ୍ୟାଙ୍କ ନିକଟ 16 ନମ୍ବର ଜାତୀୟ ରାଜପଥରେ ଘଟିଥିବା ସଡକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିବାକୁ 7ଟି ଜୀବନଦୀପ ଲିଭି ଯାଇଥିଲା । ସମସ୍ତେ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.