ETV Bharat / state

ମନ୍ଦିର ପରିକ୍ରମା କଲା ମା ବିରଜାଙ୍କ ରଥ

କୋରୋନା କଟକଣା ଭିତରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ଦ୍ବିତୀୟ ଦିନ ଅର୍ଥାତ ଗୁରୁବାର ମା' ବିରଜାଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା କରିଛି । ଅଧିକ ପଢନ୍ତୁ...

author img

By

Published : Oct 8, 2021, 8:12 AM IST

ମନ୍ଦିର ପରିକ୍ରମା କରିଛି ମା ବିରଜାଙ୍କ ରଥ
ମନ୍ଦିର ପରିକ୍ରମା କରିଛି ମା ବିରଜାଙ୍କ ରଥ

ଯାଜପୁର: କୋରୋନା କଟକଣା ଭିତରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା’ ବିରଜାଙ୍କର ନବଦିବସ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ପାରମ୍ପରିକ ରୀତିନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା ଓ ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇଥିଲା । ଦ୍ବିତୀୟ ଦିନ ଅର୍ଥାତ ଗୁରୁବାର ମା' ବିରଜାଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା କରିଛି ।

ମନ୍ଦିର ପରିକ୍ରମା କରିଛି ମା ବିରଜାଙ୍କ ରଥ

ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ହେବା ପରେ ଅଳ୍ପ କେଇ ହାତ ରଥ ଗଡିଥିଲା । ଗୁରୁବାର କୋରୋନା କଟକଣା ମଧ୍ୟରେ ଏହି ରଥ ଟଣା ହୋଇଥିଲା । ୮ଦିନ ଯାଏଁ ପ୍ରତ୍ୟେକ ସନ୍ଧ୍ୟାରେ ରଥ ମନ୍ଦିର ବେଢ଼ା ପରିକ୍ରମା କରିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କେବଳ ସେବାୟତ ଓ ପୋଲିସ ରଥ ଟାଣିଥିଲେ । ଘଣ୍ଟ ଘଣ୍ଟା ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।

ବହୁ ଦୂରରେ ରହି ରଥ ଉପରେ ମା'ଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ ଶ୍ରଦ୍ଧାଳୁ । ଏହି ନଅଦିନ ଧରି ରଥରେ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ସେପଟେ ମନ୍ଦିର ଚାରିପଟେ ଭିଡ଼କୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି । ବିରାଜାଙ୍କ ଶାରଦୀୟ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.