ETV Bharat / state

ବିଧାନସଭା ଗୃହ କମିଟିର କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ - ଯାଜପୁର ଖବର

ବିଧାନସଭାର ଗୃହ କମିଟି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଗସ୍ତ କରିଥିଲେ । ଅଧିକ ପଢ଼ନ୍ତୁ

ବିଧାନସଭାର ଗୃହ କମିଟି ଯାଜପୁର ଜିଲ୍ଲା ଗସ୍ତt
ବିଧାନସଭାର ଗୃହ କମିଟି ଯାଜପୁର ଜିଲ୍ଲା ଗସ୍ତ
author img

By

Published : Sep 28, 2022, 8:52 AM IST

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି ବିଧାନସଭା ଗୃହ କମିଟି । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଗସ୍ତ କରିଥିଲେ । ବଦ୍ରି ନାରାୟଣ ପାତ୍ରଙ୍କ ସହ ଏହି କମିଟିରେ ବିଧାୟକ ଅମର ପ୍ରସାଦ ଶତପଥୀ, ସାରଦା ପ୍ରସନ୍ନ ନାୟକ, ମୀନାକ୍ଷୀ ମହାନ୍ତ ଓ ମନୋହର ରାନ୍ଧାରୀ ପ୍ରମୁଖ ସାମିଲଥିଲେ । ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ଅନୁଧ୍ୟାନ କରିବେ ଏହି ଗୃହ କମିଟି ।

ବିଧାନସଭାର ଗୃହ କମିଟି ଯାଜପୁର ଜିଲ୍ଲା ଗସ୍ତ

କମିଟି ଆଜି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପହଞ୍ଚି ବିଭିନ୍ନ କାରଖାନା ପରିଦର୍ଶନ କରିବା ସହ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତୀୟ ସମସ୍ୟା ଉପରେ ତଦାରଖ କରିଥିଲେ । ଶେଷରେ ଜିନ୍ଦଲ ଷ୍ଟେନଲେସ୍ କାରଖାନା ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାରଖାନାର ପ୍ରଦୂଷଣ ସମସ୍ୟା ଉପରେ ସମୀକ୍ଷା କରି ଭୁବନେଶ୍ଵର ଫେରି ଯାଇଛନ୍ତି ।

ଗୃହ କମିଟିର ଏହି ଗସ୍ତରେ ଯାଜପୁର ଜିଲ୍ଲାପାଳଙ୍କ ସମେତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ଡି.ଏଫ.ଓ, ସ୍ଥାନୀୟ ବନବିଭାଗ ଅଧିକାରୀ ଓ ବିଭିନ୍ନ କାରଖାନାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.