ETV Bharat / state

ୟୁକ୍ରେନରୁ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ଛାତ୍ର - ଓଡିଆ ମେଡିକାଲ ଛାତ୍ର ଫେରିଲେ ୟୁ୍କ୍ରେନରୁ

ଋଷ- ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ଫେରିଲେ ଆଉ ଏକ ଓଡିଆ ମେଡିକାଲ ଛାତ୍ର । ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟି, ୟୁକ୍ରେନରେ ପଞ୍ଚମ ବର୍ଷର ଛାତ୍ର ଥିଲେ । ନିଜ ଜନ୍ମ ମାଟିକୁ ଫେରିବା ପରେ ଆଖି ଆଗରେ ଦେଖିଥିବା ଭୟଙ୍କର ବୋମା ବିସ୍ଫୋରଣର କଥା ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ଛାତ୍ର

author img

By

Published : Mar 8, 2022, 9:36 PM IST

ଯାଜପୁର:ଯୁଦ୍ଧ କ୍ଷେତ୍ରରୁ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ମେଡିକାଲ ଛାତ୍ର। ଋଷ ଓ ୟୁକ୍ରେନ ଯୁଦ୍ଧରେ ଫସିଥିବା ଦାନଗଦି ବ୍ଲକ ମାନଗୋବିନ୍ଦପୁର ଗ୍ରାମର ସତ୍ୟବ୍ରତ ସାହୁ ୟୁକ୍ରେନରେ ଫସିଥିବାବେଳେ ଗତକାଲି ନିଜ ଜନ୍ମଭୂମି ମାନଗୋବିନ୍ଦପୁରରେ ପହଞ୍ଚିଛନ୍ତି ।

ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ଛାତ୍ର

ସୂଚନାନୁସାରେ ସତ୍ୟବ୍ରତ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟି, ୟୁକ୍ରେନରେ ପଞ୍ଚମ ବର୍ଷର ଛାତ୍ର ଥିଲେ। ଋଷ- ୟୁକ୍ରେନ ଯୁଦ୍ଧ ଚାଲିଥିବା ଯୋଗୁ ଫସି ରହିଥିଲେ ସେ । ଏଥି ପାଇଁ ବହୁତ ଚିନ୍ତାରେ ଥିଲେ ପରିବାର ଲୋକେ l ସେ ଯୁଦ୍ଧର ଭୟାବହତା ମଧ୍ୟରେ ବଙ୍କରରୁ ପାଞ୍ଚ କିଲୋମିଟର ଚାଲି ଚାଲି ରେଳଷ୍ଟେସନରେ ପହଞ୍ଚିଥିଲେ। ନିଜ ଆଖି ଆଗରେ ଦେଖିଥିବା ବୋମା ବିସ୍ଫୋରଣ କଥା ଚିନ୍ତା କଲାବେଳେ ନିଜେ ଭୟଭୀତ ହୋଇଯାଉଛନ୍ତି। ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସତ୍ୟବ୍ରତ ଓ ପରିବାର ଲୋକେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

Jajpur news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.