ETV Bharat / state

ସ୍ବାଧୀନତାର 70 ବର୍ଷ ପରେ ବି ଯାଇପାରିନି ପକ୍କା ରାସ୍ତା - people facing problem

ଗାଁକୁ ନାହିଁ ପକ୍କା ରାସ୍ତା । ନାହିଁ ନଥିବା ସମ୍ମୁଖିନ ହେଉଛନ୍ତି ଶରଥପୁର ବ୍ଲକ କମାରଡିହ ପଞ୍ଚାୟତର ସହିମାଡ ଗାଁର ଲୋକେ ।

ସ୍ବାଧୀନତାର 70 ବର୍ଷ ପରେ ବି ଯାଇପାରିନି ପକ୍କା ରାସ୍ତା

author img

By

Published : Jun 25, 2020, 6:15 PM IST

ଯାଜପୁର: ସ୍ବାଧୀନତାର ଦୀର୍ଘବର୍ଷ ପରେ ଗାଁକୁ ଯାଇପାରିନି ପକ୍କା ସଡକ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡିହ ପଞ୍ଚାୟତର ସହିମାଡ ଗାଁରୁ ଆସିଛି ଏମିତି ଅଭିଯୋଗ । ଗାଁର କଣ୍ଟାପାରି ଜେନାସାହିକୁ ଆଜି ପର୍ଯ୍ୟନ୍ତ ପକ୍କା ସଡକ ତ ଦୂରେ ଥାଉ ନାଲି ଗୋଡି ଟିକେ ବି ପଡିନି ।

ସ୍ବାଧୀନତାର 70 ବର୍ଷ ପରେ ବି ଯାଇପାରିନି ପକ୍କା ରାସ୍ତା

ଏହି ସାହି ଦେଇଯାଇଥିବା ଏକ ପ୍ରଧାନମନ୍ତ୍ରୀ ସଡକ କାମ ଆରମ୍ଭ ହୋଇଥିଲେ ହେଁ ଆଜି ଯାଏଁ ସରିପାରିନି । ଏହି ସମସ୍ୟା ନେଇ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଲୋକେ ଯାଜପୁର ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯଦି ଏହି ଗାଁକୁ ସବୁଦିନିଆ ରାସ୍ତା ଯୋଗାଇ ଦିଆନଯାଏ ତା ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.