ETV Bharat / state

ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅରେଇ ପଞ୍ଚାୟତ ୱାର୍ଡ ସଭ୍ୟାମାନେ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 16, 2021, 12:49 PM IST

ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ
ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଯାଜପୁର: ବିଂଝାରପୁର ବ୍ଲକ ଅରେଇ ପଞ୍ଚାୟତ ୱାର୍ଡ ସଭ୍ୟାମାନେ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ସରପଞ୍ଚଙ୍କ ଦୁର୍ନୀତି ଏବଂ ଦୁର୍ବ୍ୟବହାରରେ ସେମାନେ ଅତିଷ୍ଠ ହୋଇ ତାଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦରଖାସ୍ତ ପ୍ରଦାନ କରିଛନ୍ତି ।

ୱାର୍ଡ ସଭ୍ୟାମାନଙ୍କ ଅଭିଯୋଗ ଅନୁସାରେ,ଅରେଇ ପଞ୍ଚାୟତ ସରପଞ୍ଚ ଦେବାନନ୍ଦ ମଲିକ ଏକାଧିକ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଜିଲ୍ଲାରେ ଥିବା ଏକ କଲ୍ୟାଣ ମଣ୍ଡପ ଦୁର୍ନୀତି, ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ କରି ଲକ୍ଷାଧିକ ଟଙ୍କାର ବିଲ ଦେଖାଇବା, ହରିଶ୍ଚଚନ୍ଦ୍ର ଯୋଜନାରେ ଟଙ୍କା ହଡପ, କୋଭିଡ ସମୟରେ ବିଦ୍ୟାଳୟ ରଙ୍ଗ କରିବାର ମିଥ୍ୟା ବିଲ ଦେଖାଇବା ଏବଂ ବରୁଣେଶ୍ବର ମନ୍ଦିର ଟଙ୍କା ଚଳୁ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୱାର୍ଡସଭ୍ୟା ।

ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଖାଲି ସେତିକି ନିହେଁ ସରପଞ୍ଚଙ୍କ ନାଁରେ ପିଇଓ ଏବଂ ୱାର୍ଡସଭ୍ୟାଙ୍କୁ ମାଡ ମାରିବା ଭଳି ଅଭିଯୋଗ ହୋଇଛି । ଏନେଇ ଆଜି ସମସ୍ତ ୱାର୍ଡ ସଭ୍ୟା ମିଶି ତାଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଏକ ଅନାସ୍ଥା ପ୍ରସ୍ତାବ ଦରଖାସ୍ତ ପ୍ରଦାନ କରିଛନ୍ତି । ଏନେଇ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.