ଯାଜପୁର: ନିଶା କାରବାର ରୋକିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର । ମଙ୍ଗଳପୁର ଥାନା ଅଞ୍ଚଳରେ ହେଉଥିବା ନିଶା କାରବାର ରୋକିବାକୁ ଦାବି ପତ୍ର ପ୍ରଦାନ କରିଛି ନିଶା ନିବାରଣ ସମିତି।
ଯାଜପୁର ଜିଲ୍ଲାରେ ବେଆଇନ ଭାବେ ନିଶା କାରବାର ବଢ଼ି ଚାଲିଛି । ମଙ୍ଗଳପୁର ଥାନା ଅଞ୍ଚଳ ନିକଟସ୍ଥ କୟା ,କମାରଡ଼ିହ, ଖାନନଗର ଏବଂ ନିଜାମପୁର ଅଞ୍ଚଳରେ ଏହି ନିଶା କାରବାର ହେଉଥିବା ଅଭିଯୋଗ ହୋଇଛି। ଯାହାକି ଜନସାଧାରଣରେ ଅସନ୍ତୋଷ ଜାତ ହେଉଥିବା ଦେଖିବାକୁ ମିଳିଛି ।
ଏହାର ପ୍ରତିବାଦ କରି ଆଜି କୟାଗୋଲା ଆଞ୍ଚଳିକ ନିଶା ନିବାରଣ ସମିତି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ କରିବା ସହ ନିଶା କାରବାରରେ ସଂଶ୍ଲିଷ୍ଟ ଥିବା ଲୋକଙ୍କୁ ଉଚିତ ଦଣ୍ଡ ଦେବାକୁ ଅଭିଯୋଗ କରିଛି ନିଶା ନିବାରଣ ସମିତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ