ETV Bharat / state

ନିଳାଚଳ ଇସ୍ପାତକୁ ପୁନଃକାର୍ଯ୍ୟକ୍ଷମ କରାଯାଉ: ପୂର୍ବତନ ଅର୍ଥମନ୍ତ୍ରୀ - ଇସ୍ପାତ କାରଖାନା

ଖଣିଜ ସମ୍ପଦ ଭରା ଯାଜପୁରର କଳିଙ୍ଗ ନଗରରେ ପ୍ରତିଷ୍ଠା ହୋଇଥିବା ନିଳାଚଳ ଇସ୍ପାତର କ୍ଷମତା ବଢାଯାଉ । କର୍ମଚାରୀଙ୍କ ସ୍ବାର୍ଥଦୃଷ୍ଟିରୁ କାରଖାନାକୁ ଓଏମସି କିମ୍ବା ସେଲକୁ ପରିଚାଳନା ଦାୟିତ୍ବ ଦିଆଯାଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 25, 2019, 5:30 PM IST

ଯାଜପୁର: ଯାଜପୁର କଳିଙ୍ଗନର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ଦେଖାଦେଇଛି ଅଚଳାବସ୍ଥା । କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ବରେ ଥିବା ଏମଏମଟିସି ପରିଚାଳନାରୁ ଓହରି ଯିବାରୁ ଏଭଳି ପରିସ୍ଥିତି ଉପୁଜିଛି । କିଛିଦିନ ପୂର୍ବେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ ମେଲ୍ଟିଙ୍ଗ ସପକୁ ବନ୍ଦ କରି ଦିଆଯାଇଥିବା ବେଳେ ବର୍ତମାନ କୋକଓଭେନ ଓ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଭଳି ପରିସ୍ଥିତିରେ କର୍ମଚାରୀ ମାନେ ଦରମା ପାଉନଥିବା ବେଳେ ଅନେକ ଶ୍ରମିକଓ କର୍ମଚାରୀ ସେମାନଙ୍କ ଜୀବିକା ହରାଇବେ । ତେଣୁ ଶ୍ରମିକ ଓ କର୍ମଚାରୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାରଖାନାର ପୁନଃରୁଦ୍ଧାର ପାଇଁ ଦାବି କରିଛି କଳିଙ୍ଗନଗର ମଜଦୁର ୟୁନିୟନ ସଂଘ । ଏନେଇ ଆଜି ୟୁନିୟନ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସମେତ ୟୁନିୟନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

ଏହି ରାଷ୍ଟ୍ରାୟତ ଉଦ୍ୟୋଗର ପୁନଃରୁଦ୍ଧାର ସହ ସେଲ (ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ) କିମ୍ବା ଓଡିଶା ଖଣି ନିଗମ ସହ ଏହାକୁ ମିଶ୍ରଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା । କାରଖାନାର ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ନିବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug : PRESS MEET
format : AVB
Reporter : Gyanaranjan ojha
Place : JAJPUR
Date : 25.08.2019
Anchor – ଯାଜପୁର କଳିଙ୍ଗନର ଶିଳ୍ପାଂଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ କାରଖାନାରେ ଦେଖାଦେଇଛି ଅଚଳାବସ୍ଥା । କାରଖାନା ମୁଖ୍ୟ ପରିଚାଳନା ଦାଇତ୍ୱରେ ଥିବା ଏମ୍.ଏମ୍.ଟି.ସି ପରିଚାଳନାରୁ ଓହରି ଯିବାରୁ ଏଭଳି ପରିସ୍ଥିତି ଉପୁଜିଛି । କିଛିଦିନ ପୂର୍ବେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ୍ ମେଲ୍ଟିଙ୍ଗ୍ ସପ୍ କୁ ବନ୍ଦ କରି ଦିଆଯାଇଥିବା ବେଳେ ବର୍ତମାନ କୋକ୍ଓଭେନ୍ ଓ ପାୱାର ପ୍ଲାଂଟ ବନ୍ଦ ହେବାକୁ ବସିଛି । ଏଭଳି ପରିସ୍ଥିତିରେ କର୍ମଚାରୀମାନେ ଦରମା ପାଉନଥିବା ବେଳେ ଅନେକ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଜୀବିକା ହରାଇବେ । ତେଣୁ ଶ୍ରମିକ ଓ କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାରଖାନାର ପୁନଃରୁଦ୍ଧାର ପାଇଁ ଦାବୀ କରିଛି କଳିଙ୍ଗନଗର ମଜଦୁର ୟୁନିୟନ । ଏନେଇ ଆଜି ୟୁନିୟନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ସମେତ ୟୁନିୟନର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ । ଏହି ରାଷ୍ଟ୍ରାୟତ ଉଦ୍ୟୋଗର ପୁନଃରୁଦ୍ଧାର ସହ ସେଲ୍ (ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ) କିମ୍ବା ଓଡ଼ିଶା ଖଣି ନିଗମ ସହ ଏହାକୁ ମିଶ୍ରଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଥିଲା । କାରଖାନାର ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ନିବେଦନ କରିଛନ୍
: ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.