ETV Bharat / state

9 ମାସରୁ ଦରମା ପାଇନାହାନ୍ତି ନୀଳାଚଳ ଠିକାଦାର, ହତାଶ କର୍ମଚାରୀ

author img

By

Published : Nov 13, 2020, 1:41 AM IST

କଳିଙ୍ଗନଗର ଶିଳ୍ପାୟନରେ ସ୍ଥାପିତ ନୀଳାଚଳ କାରଖାନାରେ ୯ ମାସ ହେବ କର୍ମଚାରୀମାନେ ପାଇନାହାନ୍ତି ଦରମା । ଅଧିକ ପଢନ୍ତୁ...

ରମା ପାଇନାହାନ୍ତି ନୀଳାଚଳ ଠିକାଦାର, ହତାଶ କର୍ମଚାରୀ

ଯାଜପୁର: ବନ୍ଦ ପଡିଛି କାରଖାନା । ଦରମା ନପାଇ ହତାଶ କର୍ମଚାରୀ । କଳିଙ୍ଗନଗର ଶିଳ୍ପାୟନରେ ସ୍ଥାପିତ ନୀଳାଚଳ କାରଖାନାରେ ୯ ମାସ ହେବ କର୍ମଚାରୀମାନେ ପାଇନାହାନ୍ତି ଦରମା । ଏଥିସହିତ କାରଖାନାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକାଦାର ପାଉଣା ପାଇପାରୁନାହାନ୍ତି ।

ମାସମାସ ଧରି ଠିକାଦାରଙ୍କ କୋଟି କୋଟି ଟଙ୍କା ନୀଳାଚଳ ଉପରେ ପଡିରହିଥିଲେ ମଧ୍ୟ କମ୍ପାନୀ କର୍ମଚାରୀଙ୍କ ପ୍ରାପ୍ୟ ଦେବାର ନାଁ ଗନ୍ଧ ଧରୁନାହାନ୍ତି କତ୍ତୃପକ୍ଷ । ଫଳରେ ଠିକାଦାର କୋଟିକୋଟି ଟଙ୍କା ପାଇବାରୁ ବଞ୍ଚିତ ଥିବାବେଳେ ତାଙ୍କ ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ଦରମା ଦେଇ ପାରୁନାହାଁନ୍ତି ।

ସେପଟେ ବହୁ ଠିକାଦାରଙ୍କ ପକ୍ଷେ ଏବେ ନିଜ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡିଛି । ତେବେ ନିଜର ବକେୟା ପାଉଣା ଦାବିରେ ନୀଳାଚଳ ଠିକା ସଙ୍ଘର ସଦସ୍ୟ ରଞ୍ଜିତ ରାଜ,ଜୟଦେବ ନାୟକ, ବିଦ୍ୟାଧର ପଲାରଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ ଠିକାଦାର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ତୁରନ୍ତ ତାଙ୍କ ବକେୟା ପାଉଣା ନଦେଲେ କାରଖାନା ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି। ଠିକା ସଙ୍ଘ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.