ETV Bharat / state

ପାରିବାରିକ କଳହ: ବେକରେ ଦଉଡି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଜିଲ୍ଲା ଉତ୍ତରକୂଳ ପଞ୍ଚାୟତରେ ନବଦମ୍ପତି ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ପାରିବାରିକ କଳହ, ବେକରେ ଦଉଡି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା ତଦନ୍ତ ଆରମ୍ଭ

author img

By

Published : Jul 15, 2021, 3:30 PM IST

ଯାଜପୁର: ଜିଲ୍ଲାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । କଳହ ଓ ଆର୍ଥିକ ଅଭାବରୁ ଅତିଷ୍ଠ ହୋଇ ଶେଷରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ନବଦମ୍ପତି । ଏଭଳି ଅଭାବନୀୟ ଘଟଣା ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତରେ ଦେଖିବାକୁ ମିଳିଛି ।

ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ(୩୩) ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିତା ନାଥ(୨୦)ଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ ହୋଇଥିଲା । ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କୋରୋନା ପାଇଁ ଭଲ ରୋଜଗାର ନଥିଲା। ଅନ୍ୟପଟେ ବୋହୂ ଅନିତାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ କରିଥିଲେ । ଅନିତା ୬ ମାସ ‌ହେଲା ବାପ ଘରେ ରହୁଥିଲେ।

ପାରିବାରିକ କଳହ, ବେକରେ ଦଉଡି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା ତଦନ୍ତ ଆରମ୍ଭ

ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବାବେଳେ ଅନିତା ମଧ୍ୟ ଶାଶୁଘରକୁ ଆସିଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହିଛନ୍ତି । ସେପଟେ ବିଞ୍ଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.