ETV Bharat / state

ସଙ୍କଟରେ ଇସ୍ପାତ ନିଗମ, ନୀଳାଚଳ ବଞ୍ଚାଓ ଅଭିଯାନରେ ସାମିଲ ପାଇଁ ଆହ୍ବାନ

author img

By

Published : Aug 23, 2019, 3:28 PM IST

ଏକ ପ୍ରକାର ଦେବାଳିଆ ସ୍ଥିତିରେ ଗତି କରୁଥିବା ନୀଳାଚଳ ଇସ୍ପାତ ନିଗମ୍‌ ଏବେ ବନ୍ଦ ହେବା ଦିଗରେ । କାରଖାନାକୁ ସଙ୍କଟରୁ ଉଦ୍ଧାର ପାଇଁ ନୀଳାଚଳର ଶହ ଶହ କର୍ମଚାରୀ ଛୁଟି ନେଇ ହାତରେ ପ୍ଲାକାର୍ଡ, ବ୍ୟାନର, ଧରି ଡୁବୁରୀ, ବ୍ୟାସନଗର ରାସ୍ତାର ନୀଳାଚଳ ସମ୍ମୁଖରେ ଏକ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: କଳିଙ୍ଗନଗର ଇସ୍ପାତ ଅଞ୍ଚଳରେ ଅବସ୍ଥାପିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଘୋର ସଙ୍କଟରେ । ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷତିର ପରିମାଣ ବଢିଚାଲିଛି । ଏବେ ଏହି ଶିଳ୍ପ ଉଦ୍ୟୋଗରେ ଏକ ପ୍ରକାର ତାଲା ପଡିବା ପରିସ୍ଥିତିକୁ ଆସିଥିବାବେଳେ କାରଖାନା ବନ୍ଦ ହେବା ପୁର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ ମନରେ ଛାନିଆ ପସିଛି । ଏଭଳି ସ୍ଥିତିରେ ଏହି ଉଦ୍ୟୋଗକୁ ମହାସଙ୍କଟରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି କର୍ମଚାରୀ ।

ଏକ ପ୍ରକାର ଦେବାଳିଆ ସ୍ଥିତିରେ ଗତି କରୁଥିବା ନୀଳାଚଳ ଉଦ୍ୟୋଗ ବନ୍ଦ ହେବା ଦିଗରେ । ଏଭଳି ସ୍ଥିତିରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଚାକିରିକୁ ନେଇ ଭାଳେଣି ପଡିଲାଣି । ଶ୍ରମିକ ସଂଗଠନ ବହୁ ପୂର୍ବରୁ ନୀଳାଚଳ ବଞ୍ଚାଅ ଅଭିଯାନ ଜାରି ରଖିଛନ୍ତି ।

ଏବେ ନୀଳାଚଳର ସ୍ଥାୟୀ କର୍ମଚାରୀ ମାନେ ଏହାକୁ ପ୍ରଥମରୁ ଅଧିଗ୍ରହଣ କରାଯାଇଥିବା ସେଲ୍ କିମ୍ବା ଆର୍ଏନ୍ଏଲ୍ ସହାୟତାରେ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି । କାରଖାନାର ଗୋଟିଏ ପରେ ଗୋଟିଏ ସାଇଟ୍ ଦିନକୁ ଦିନ ବନ୍ଦ ହୋଇଚାଲିଥିବାବେଳେ କାର୍ଯ୍ୟରତ କର୍ମଚାରୀ ମାନେ ଏବେ ଚିନ୍ତାରେ ପଡିଛନ୍ତି ଯାହା ପାଇଁ ଶହ ଶହ ଶ୍ରମିକଙ୍କ ଭାଗ୍ୟ ଅନ୍ଧାର ଆଡକୁ ମାଡି ଯାଉଛି ।

କାରଖାନାକୁ ସଙ୍କଟରୁ ଉଦ୍ଧାର ପାଇଁ ନୀଳାଚଳର ଶହ ଶହ କର୍ମଚାରୀ ଛୁଟି ନେଇ ହାତରେ ପ୍ଲାକାର୍ଡ, ବ୍ୟାନର, ଧରି ଡୁବୁରୀ, ବ୍ୟାସନଗର ରାସ୍ତାର ନୀଳାଚଳ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ଦୀର୍ଘ ସମୟ ଧରି କର୍ମଚାରୀମାନେ ନୀଳାଚଳ ବଞ୍ଚାଓ ଅଭିଯାନରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ନୀଳାଚଳକୁ ସେଲ୍‌ ସହ ମିଶ୍ରଣ କରିବାକୁ ଦାବି କରିଛନ୍ତି । ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.