ETV Bharat / state

ଯାଜପୁରରେ ନବୀନଙ୍କ ଜୋରଦାର ପ୍ରଚାର, କେନ୍ଦ୍ର ସରକାରଙ୍କୁ ପ୍ରହାର

ନିର୍ବାଚନୀ ସଭାରେ ବରୀ ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ, ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସମେତ ପଡୋଶୀ ବିଧାୟକ ପ୍ରାର୍ଥୀ ଓ ନେତୃବୃନ୍ଦ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Apr 22, 2019, 11:40 PM IST

ଯାଜପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେଡିର ଏକ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି । ନବୀନ ହେଲିକ୍ୟାପ୍ଟର ଯୋଗେ ବରୀର ସନ୍ଥନ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମୋଦି ସରକାରଙ୍କର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ଓ କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ସମ୍ପର୍କରେ ସେ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ବରୀର ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ ଜଣାଇଛନ୍ତି । ଉକ୍ତ ନିର୍ବାଚନୀ ସଭାରେ ଉଭୟ ନେତ୍ରୀଙ୍କ ସହ ପଡୋଶୀ ବିଧାୟକ ପ୍ରାର୍ଥୀ ଓ ନେତୃବୃନ୍ଦ ସାମିଲ ହୋଇଥିଲେ ।

ଯାଜପୁର ଲୋକସଭା ସମେତ ଜିଲ୍ଲାର ସାତଟି ଯାକ ନିର୍ବାଚନ ମଣ୍ଡଳୀରେ ପୁଣି ଲୋକମାନେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବେ ଏବଂ ନବୀନଙ୍କୁ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ବୋଲି ପ୍ରାର୍ଥୀ, ନେତା ଓ ଦଳୀୟ କର୍ମକର୍ତ୍ତା ଅଭିଭାଷଣ ରଖିଥିଲେ । ଏହା ପରେ ସେଠାରୁ ବରୁହାଁ-ହରିପୁର ଓ କୁଆଖିଆ ରାସ୍ତା ଦେଇ ସଡକ ପଥରେ ନବୀନଙ୍କର ରୋଡ ସୋ ଆରମ୍ଭ ହୋଇଥିଲା । ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ଜନସାଧାରଣ ଏହି ରାଲି ଏବଂ ନିର୍ବାଚନୀ ସଭାରେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.