ETV Bharat / state

ନଭେମ୍ବର 26ରେ ଟ୍ରେଡ ୟୁନିୟନର ଦେଶବ୍ୟାପୀ ଧର୍ମଘଟ ଡାକରା, ବ୍ୟାସନଗରରେ ପ୍ରସ୍ତୁତି ବୈଠକ

author img

By

Published : Nov 22, 2020, 6:13 PM IST

ଆସନ୍ତା ନଭେମ୍ବର ୨୬ ତାରିଖ ଦିନ ଦେଶବ୍ୟାପୀ ଧର୍ମଘଟର ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ । ଏନେଇ ଯାଜପୁର ବ୍ୟାସନଗରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନଭେମ୍ବର 26ରେ ଟ୍ରେଡ ୟୁନିଅନର ଦେଶବ୍ୟାପୀ ଧର୍ମଘଟ ଡାକରା; ବ୍ୟାସନଗରରେ ପ୍ରସ୍ତୁତି ବୈଠକ

ଯାଜପୁର: କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୋଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆସନ୍ତା ନଭେମ୍ବର ୨୬ ତାରିଖ ଦିନ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ତଥା ଯାଜପୁର ଜିଲ୍ଲାରେ ସଫଳ କରିବା ପାଇଁ ଯାଜପୁର ବ୍ୟାସନଗରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଇଏନଟିୟୁସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଏଚଏମଏସ ର ରାଜ୍ୟ ସାଧାରଣ ସମ୍ପାଦକ ବି. ପି. ଦାସ, ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଉଲ୍ଲାସ ସ୍ବାଇଁ, ଏଆଇୟୁଟିୟୁସିର ରାଜ୍ୟ ସମ୍ପାଦକ ଜୟସେନ ମେହେର ଓ ଏଆଇସିସିଟିୟୁ ର ରାଜ୍ୟ କାର୍ଯକାରୀ ସଭାପତି ରାଧାକାନ୍ତ ସେଠୀ, ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ରରେ ମୋଦି ସରକାର ଶ୍ରମ ଆଇନରେ ସଂଶୋଧନ, କୃଷକ ଆଇନ ପରିବର୍ତ୍ତନ କରିବା ଫଳରେ କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ଉପରେ ଘୋର ବିପଦ ମାଡି ଆସିଛି । କୋଭିଡ୍‌ ନାମରେ ବିଭିନ୍ନ ଆଇନକୁ ସଂଶୋଧନ କରି ଜନତାଙ୍କ ପେଟରେ ଲାତ ମାରି ପୁଞ୍ଜିପତିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଦେଶର ଅର୍ଥନୀତି ଆଜି ଭୁଶୁଡି ପଡିଛି। ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପାଇଁ ପ୍ରୟାସ କରୁଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ, ବୀମା ସଂସ୍ଥା, ରେଳ, ପ୍ରତିରକ୍ଷା ଉତ୍ପାଦନ, କୋଇଲା, ଖଣି, ବିଦ୍ୟୁତ ଓ ତୈଳ ଆଦିକୁ ଘରୋଇ ଶିଳ୍ପପତି ମାନଙ୍କୁ ବିକ୍ରି କରାଚାଲିଛି । ତେଣୁ ଏସବୁକୁ ବିରୋଧ କରିବା ସହ ଶ୍ରମ ଓ କୃଷି ଆଇନର ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ ଓ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ଆଦି 27 ଦଫା ଦାବିରେ କେନ୍ଦ୍ରୀୟ ମିଳିତ ଟ୍ରେଡ଼ ୟୁନିୟନ ଆସନ୍ତା 26 ତାରିଖରେ ରାଜରାସ୍ତାକୁ ଓଲ୍ଲାଇବ ।

ଏଥିରେ ବିଭିନ୍ନ ଟ୍ରେଡ୍ ୟୁନିୟନ ସାମିଲ ହେଉଥିବାବେଳେ ସମସ୍ତ ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ବିଦ୍ୟୁତ କର୍ମଚାରୀ, ଟେଲି ଯୋଗାଯୋଗ, ଖଣି, ବ୍ୟାଙ୍କ, ବୀମା ସଂସ୍ଥା ଓ ଔଷଧ ଶିଳ୍ପର ଶ୍ରମିକମାନେ ଏଥିରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ତେବେ ଏହି ଧର୍ମଘଟର ରୂପରେଖ କେମିତି ହେବ, ସେନେଇ ବୈଠକ ଶେଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.