ETV Bharat / state

ଇଦ୍‌ ପାଇଁ ଚଳଚଞ୍ଚଳ ସମସ୍ତ ମସଜିଦ, ଭାଇଚାରାର ବାର୍ତ୍ତା ବାଣ୍ଟିଲେ ମୁସଲିମ ଧର୍ମାବଲମ୍ବୀ

author img

By

Published : Apr 22, 2023, 9:44 PM IST

ଯାଜପୁରରେ ମୁସଲମାନ ଧର୍ମାବଲମ୍ବୀମାନେ ଧୁମଧାମରେ ପାଳନ କଲେ ଇଦ୍ । ଅଧିକ ପଢ଼ନ୍ତୁ

muslims community celebrates eid
ଯାଜପୁରରେ ଇଦ୍ ପାଳନ
ଯାଜପୁରରେ ଇଦ୍ ପାଳନ

ଯାଜପୁର: ପବିତ୍ର ଇଦ୍ ଉଲ୍ ଫିତର ପାଇଁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । ରମଜାନ ମାସ ଶେଷ ହେବା ପରେ ଧୁମଧାମରେ ଇଦ୍‌ ପାଳନ କରିଛନ୍ତି । ସକାଳୁ ସକାଳୁ ମୁସଲମାନ ଧର୍ମାବଲମ୍ବୀମାନେ ନୂତନ ବସ୍ତ୍ର ପରିଧାନ କରି ଇଦଗା ପଡ଼ିଆରେ ଏକାଠି ହୋଇଥିଲେ । ସେଠାରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଥିଲେ । ଦୀର୍ଘ ଏକ ମାସ ଧରି ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଷ୍ଠାର ସହ ଉପବାସ କରି ଏହି ପର୍ବକୁ ପାଳନ କରିଥାନ୍ତି । ଇଦ୍‌ ଅବସରରେ ନମାଜ ପାଠ କରି ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବ୍ରହ୍ମବରଦା ଏକ ଭାଇଚାରାର ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏଠାରେ ହିନ୍ଦୁ ଓ ମୁସଲମାନ ଏକତ୍ର ଚଳି ଆସୁଥିବା ବେଳେ ସର୍ବଦା କିପରି ଭାଇଚାରା ବଜାୟ ରହିବ ସେନେଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସେହିପରି ବଡ଼ଚଣା ବ୍ଲକ ଚାରିନଙ୍ଗଳ ଠାରେ ମଧ୍ୟ ଆଡ଼ମ୍ବର ସହକାରେ ଇଦ୍‌ ପର୍ବ ପାଳନ ହୋଇଛି । ଏହି ଅବସରରେ ସ୍ଥାନୀୟ ଇଦଗା ପଡ଼ିଆରେ ସମୂହ ନମାଜ ପାଠ କରାଯାଇଥିଲା । ଚାରିନଙ୍ଗଳ ଠାରେ ଭାଇଚାରାର ଏହି ପର୍ବରେ ଉଭୟ ମୁସଲମାନ ଓ ହିନ୍ଦୁଭାଇମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇ ଇଦ୍‌ ପାଳିଛନ୍ତି । ଏନେଇ ଜଣେଲ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି କହିଛନ୍ତି, "ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ । ଇଦ୍‌ ଏକ ଭାଇଚାରାର ପର୍ବ । ଏଠାରେ ସମସ୍ତ ପର୍ବକୁ ଉଭୟ ହିନ୍ଦୁ ଓ ମୁସଲମାନ ଏକାଠି ପାଳନ କରନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରରେ କଡା ସୁରକ୍ଷା ମଧ୍ୟରେ ପାଳନ ହେଲା ଇଦ୍

ଆଜିର ଦିନରେ ମୁସଲମାନ ଧର୍ମାବଲମ୍ବୀ ମାନେ ନୂଆ ପୋଷାକ ପରିଧାନ କରି ନିଜ ପରିବାର ଓ ବନ୍ଧୁ ପରିଜନଙ୍କ ସହ ମିଶି ସୁସ୍ୱାଦୁ ବ୍ୟଞ୍ଜନ ଖାଇଥାନ୍ତି । ଗରିବ ଅସହାୟକୁ ଖାଦ୍ୟବସ୍ତ୍ର ଦାନ କରାଯାଇଥାଏ । ଜିଲ୍ଲାର 10ଟି ବ୍ଲକ ଯଥା ଯାଜପୁର, ବିଞ୍ଝାରପୁର, କୋରେଇ, ବଡ଼ଚଣା, ବରୀ, ଦଶରଥପୁର, ସୁକିନ୍ଦା, କୋରେଇ, ଧର୍ମଶାଳା, ରସୁଲପୁର, ଦାନଗଦି ସମେତ ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ଅତି ଧୂମଧାମରେ ଏହି ପବିତ୍ର ପର୍ବ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପର୍ବ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ପୋଲିସ ମୁତୟନ ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.