ETV Bharat / state

ବିଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ରହସ୍ୟ ଘେରରେ ପୋଲିସ - ramadevi college student murder

ସ୍କୁଟିରେ ଆସି ମୃତଦେହକୁ ବିଲରେ ଫିଙ୍ଗି ଚାଲିଗଲା ହତ୍ୟାକାରୀ । ଯାଜପୁର କୁଆଖିଆ ଥାନା ରାଜେନ୍ଦ୍ରପୁର ନିକଟରୁ ରମାଦେବୀ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ବିଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ରହସ୍ୟ ଘେରରେ ପୋଲିସ

author img

By

Published : Jan 27, 2021, 1:49 PM IST

Updated : Jan 27, 2021, 10:26 PM IST

ଯାଜପୁର: ଝରିଗଲା ଝରାଫୁଲ । ଦେଇଗଲା ଦୁଃଖ ଓ ବିଷାଦ । ସାରା ପରିବାର ଏବେ ସ୍ତବ୍ଧ । କେମିତି ତାଙ୍କର ମୃତ୍ୟୁ ଘଟିଲା ଏବଂ କିଏ ଆଉ କାହିଁକି ତାଙ୍କୁ ହତ୍ୟାକଲା ଏସବୁ କଥା ଏବେ ରହସ୍ୟବୃତ୍ତ ହୋଇରହିଛି । ଆମେ କହୁଛୁ ରମାଦେବୀ କଲେଜର ଯୁକ୍ତ ତିନି 2ୟ ବର୍ଷର ଦର୍ଶନ ବିଭାଗ ଛାତ୍ରୀ ଝରାଫୁଲ ନାୟକଙ୍କ କଥା । ଆଜି ସ୍ପଷ୍ଟ ଦିବାଲୋକରେ କେହି ଦୁଇଜଣ ଦୁର୍ବୃତ୍ତ ଏକ ନାଲି ସ୍କୁଟିରେ ଆସି ମୃତଦେହକୁ ରାଜପଥ କଡରେ ଫିଙ୍ଗିଦେଇ ଫେରାର ହୋଇଗଲେ । ଯାହା ସିସିଟିଭି ଫୁଟେଜରୁ ପ୍ରମାଣ ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ୍ ସହାୟତାର ଘଟଣାର ତନାଘନା ଜାରି ରଖିଛି । ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଜଣାପଡିଛି । ତେବେ ଯାଜପୁରରେ କାହିଁକି ଦୁର୍ବୃତ୍ତ ମୃତଦେହ ଫିଙ୍ଗିବାକୁ ଚିନ୍ତାକଲେ ? କିଏ ସେହି ଦୁର୍ବୃତ୍ତ? କେଉଁ କାରଣରୁ ତାଙ୍କୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗିଦେଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

ବିଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ରହସ୍ୟ ଘେରରେ ପୋଲିସ

ବୁଧବାର ଯାଜପୁର ଜିଲ୍ଲା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥ କଡରେ ଛାତ୍ରୀଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆଜି ପୂର୍ବାହ୍ନରେ କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପ୍ରଥମେ ମୃତ ଯୁବତୀଙ୍କ ପରିଚୟ ମିଳିନଥିଲା । ଅନୁସନ୍ଧାନ ପରେ ମିଳିଥିବା ବ୍ୟାଗରୁ ତାଙ୍କର ପରିଚୟ ପ୍ରକାଶ ପାଇଥିଲା । ଯୁବତୀ ଜଣକ ମୟୂରଭଞ୍ଜ ଜିଲ୍ଲା ଜସିପୁର ଥାନା ମରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ଯୁବତୀ ଜଣକ ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟର ଦର୍ଶନ ବିଭାଗରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ । ତେବେ ଗତ ୨୪ ଜାନୁଆରୀରେ ସେ ନିଜ ଘରୁ ଭୁବନେଶ୍ବର ଯାଇଥିଲେ । ହେଲେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୂଳାପାଳ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା ସେନେଇ ତଦନ୍ତ କରୁଛି ପୋଲିସ ।

ଯୁବତୀଙ୍କ ପରିଚୟ ମିଳିବା ପରେ ପୋଲିସ ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲା ଏବଂ ଘଟଣା ସମ୍ପର୍କରେ ଅବଗତ କରିଥିଲା । ସେମାନେ ଆସି କୁଆଖିଆ ଥାନାରେ ପହଞ୍ଚିବା ପରେ ଆଉ କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଭାଇଙ୍କ କହିବା କଥା ହେଲା ଭୁବନେଶ୍ବର ଆସିବା ପରଠୁ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା ସେ ମୋବାଇଲରେ ଜଣାଇଥିଲେ । ଏପରିକି ଭାଇ ଭଉଣୀଙ୍କ ମୋବାଇଲ୍ ଚାଟିଂରୁ ପୋଲିସକୁ କିଛି ଅଧିକ ସୁରାକ୍ ମିଳିଥିବା ଅନୁମାନ କରାଯାଉଛି । ଗତକାଲି ଓ ଆଜି ସକାଳେ ମଧ୍ୟ ପରିବାର ଲୋକେ ତାଙ୍କ ସହ ମୋବାଇଲରେ କଥାବାର୍ତ୍ତା ହୋଇଥିଲେ । ପୋଲିସ ସମସ୍ତ ଦିଗପ୍ରତି ଧ୍ୟାନଦେଇ ସିସିଟିଭି ଫୁଟେଜ୍, ମୋବାଇଲ୍ ଚାଟିଂ ଓ ସାଇଣ୍ଟିଫିକ ଟିମର ସହାୟତା ନେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି । ତେବେ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୋଲିସ କହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 27, 2021, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.