ETV Bharat / state

କାଠଫାଳିଆରେ ପିଟି ପିଟି ହତ୍ୟା, ଅଭିଯୁକ୍ତକୁ ଆଜବୀନ କାରାଦଣ୍ଡ - ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ

କୁଆଖିଆ ଥାନା ଖଇରାବାଦ ଅଞ୍ଚଳର ଅଶୋକ ଓଝା ହତ୍ଯାକାଣ୍ଡ ଘଟଣା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ...

murder accused sentenced to life in prison in jajpur
କାଠଫାଳିଆରେ ପିଟି ପିଟି ହତ୍ୟା,ଅଭିଯୁକ୍ତକୁ ଆଜବୀନ କାରାଦଣ୍ଡ
author img

By

Published : Aug 3, 2021, 10:09 PM IST

ଯାଜପୁର: ହତ୍ଯାକାଣ୍ଡ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ। କୁଆଖିଆ ଥାନା ଅନ୍ତର୍ଗତ ଖଈରାବାଦ ଗାଁ ର ଅଶୋକ ଓଝା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ । ଏହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ଯାଜପୁର ।

କାଠଫାଳିଆରେ ପିଟି ପିଟି ହତ୍ୟା,ଅଭିଯୁକ୍ତକୁ ଆଜବୀନ କାରାଦଣ୍ଡ

ସୂଚନା ମୁତାବକ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖଈରାବାଦ ଗାଁ ର 2016 ମସିହା ଜାନୁଆରୀ 17 ତାରିଖ ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଦିନ ଦ୍ଵି ପ୍ରହରରେ ଅଶୋକ ଓଝାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ପାଣି । ଏ ନେଇ କୁଆଖିଆ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ତଦନ୍ତ କରିଥିଲା। ଏହାପରେ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଣି କରି ମୋଟ 16 ଜଣଙ୍କ ସାକ୍ଷୀଙ୍କ ଠାରୁ ବୟାନ ରେକର୍ଡ କରିଥିଲେ। ମାନ୍ୟବର ଅଦାଲତ ଅଭିଯୁକ୍ତ ସଞ୍ଜୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ 50 ହଜାର ଟଙ୍କା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.