ETV Bharat / state

ଦିନିକିଆ ଯାଜପୁର ଗସ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଯାଜପୁର ଗସ୍ତ । ପଢନ୍ତୁ ଅଧିକ.....

author img

By

Published : Dec 20, 2020, 4:06 PM IST

ଦିନିକିଆ ଯାଜପୁର ଗସ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ
ଦିନିକିଆ ଯାଜପୁର ଗସ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ

ଯାଜପୁର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯାଜପୁର ଗସ୍ତ କରିଛନ୍ତି। ପ୍ରଥମେ ସେ ମା ବିରଜାଙ୍କୁ ଦର୍ଶନ କରିବା ସହ କମ୍ବଳ ବଣ୍ଟନ କରିଥିଲେ । ତାଙ୍କର ଏହି ଦିନିକିଆ ଯାଜପୁର ଗସ୍ତରେ ବିରଜା କଲ୍ୟାଣ ମଣ୍ଡପରେ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ସର୍କିଟ ହାଉସରେ ଯୁବ ଓ ମହିଳା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତା ପରେ ସେ ସମର୍ଥ ଏନଜିଓ ସଂସ୍ଥା ଦ୍ବାରା ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ସଂନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଯାଜପୁର ସଦର ମହକୁମାରେ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସହର ପଦଯାତ୍ରା କରି ଦେବୀ ଦର୍ଶନ କରିଥିଲେ। ବିରଜା ପୀଠର ସେବାୟତମାନେ ଯାଜପୁରକୁ ରେଳ ସଂଯୋଗ ଲାଗି ଦାବି କରିଥିଲେ । ବିରଜା କ୍ଷେତ୍ର ଓ ନାଭିଗୟାକୁ କିପରି ରେଳ ସଂଯୋଗ ହୋଇପାରିବ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବେ ବୋଲି ପ୍ରତିଶୃତି ଦେଇଛନ୍ତି ଅପରାଜିତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.