ETV Bharat / state

ପୁଅକୁ ବଞ୍ଚାଇବାକୁ ଯାଇ ମରଣ ଶେଯରେ ଶୋଇଲା ମା’

ପୁଅ ପାଇଁ ଦେବଦୂତ ସାଜିଲେ ମା' । ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଉଥିଲା । ଅଧିକ ପଢନ୍ତୁ...

author img

By

Published : Jul 10, 2021, 7:40 AM IST

ପୁଅକୁ ବଞ୍ଚାଇବାକୁ ଯାଇ ବିଷାକ୍ତ ସାପ କାମୁଡାରେ ମା'ର ମୃତ୍ୟୁ

ଯାଜପୁର: ନିଜ ପୁଅକୁ ବିଷାକ୍ତ ସାପ ମୁହଁରୁ ବଞ୍ଚାଇବାକୁ ଯାଇ ମା' ମୃତ । ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମର ପ୍ରିୟଦର୍ଶିନୀ ରାଉତ ନିଜ ଶିଶୁ ପୁତ୍ରକୁ ସାପ ମୁହଁରୁ ବଞ୍ଚାଇବାକୁ ଯାଇ ତାଙ୍କର ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମର ଚିନ୍ମୟ ରାଉତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଗୁରୁବାର ନିଜ ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତ ଥିଲେ । କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ବିଷାକ୍ତ ନାଗ ସାପ ପୁଅ ନିକଟକୁ ମାଡି ଚାଲିଛି । ଏହା ଦେଖି ମା’ ପ୍ରିୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣିଆଣିବା ସମୟରେ ସାପଟି ପ୍ରୀୟଦର୍ଶିନୀଙ୍କ ଡାହାଣ ହାତକୁ ଆଘାତ କରିଥିଲା ।

ପରେ ପ୍ରିୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନେଇ ଯାଉଥିବା ରାସ୍ତାରେ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଖବର ପାଇ ସ୍ନେକ୍ ହେଲ୍ପଲାଇନ୍‌ ସଦସ୍ୟ ଚିତ୍ତରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଁଞ୍ଚି ସାପଟିକୁ ଉଦ୍ଧାର କରି ନେଇଯାଇଥିବା ନେଇ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.