ETV Bharat / state

ବିଜେଡିରେ ସାମିଲ ହେଲେ କୋରାଇ ନିର୍ବାଚନ ମଣ୍ଡଳୀର ଏକାଧିକ ପୁରୁଷ ଓ ମହିଳା

author img

By

Published : Nov 18, 2021, 11:26 AM IST

ବିଜେପି କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ କୋରାଇ ନିର୍ବାଚନ ମଣ୍ଡଳୀ କାଚରାସାହି ପଞ୍ଚାୟତର ୧୬୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା କର୍ମୀ । ଅଧିକ ପଢନ୍ତୁ

ବିଜେଡିରେ ସାମିଲ ହେଲେ କୋରାଇ ନିର୍ବାଚନ ମଣ୍ଡଳୀର ୧୬୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା

ଯାଜପୁର : ରାଜ୍ୟରେ ସଶକ୍ତ ହେଉଛି ବିଜେଡ଼ି । ବିଭିନ୍ନ ଦଳ ଛାଡ଼ି ଏବେ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ଶହ ଶହ ନେତା ଓ କର୍ମୀ। ଏହି ଅବସରରେ ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ କାଚରାସାହି ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତର ୧୬୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା କର୍ମୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

କାମୁଡେଇ ପୀଠରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି କୋରାଇ ବିଧାୟକ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.