ଯାଜପୁର: ସୋମବାର ସାବିତ୍ରୀ ଓ ଆଗକୁ ଆସୁଛି ପାର୍ବଣର ପର୍ବ ରଜ । ଏଥିପାଇଁ ଯାଜପୁରର ବିଭିନ୍ନ ଫଳ ଓ ଲୁଗା ଦୋକାନରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ବିଶେଷ କରି ସାବିତ୍ରୀ ପୂଜା ପାଇଁ ଫଳ ମାର୍କେଟରେ ଭିଡ ଦେଖିବାକୁ ମିଳିଛି । ଫଳ ମାର୍କେଟରେ ଏବେ ଭଳିକି ଆମ୍ବ, ପଣସ, ପିଜୁଳି, ଲିଚୁ, ଅମୃତଭଣ୍ଡା, ସେଓ ଭଳି ବିଭିନ୍ନ ପ୍ରକାର ଫଳ ମିଳୁଛି ।
ସେହିଭଳି ଆଗକୁ ଗଣପର୍ବ ରଜ ଆସୁଥିବାରୁ ପ୍ରତ୍ୟେକ ଓଡିଆ ଏଥିରେ ସାମିଲ ହୋଇଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭଳିକି ଭଳି ଡିଜାଇନର ପୋଷାକ ଓ ଶାଢି ଦୋକାନରେ ରଖିବା ସହ ବ୍ୟବସାୟ କରିବାରେ ଲାଗିପଡ଼ିଛନ୍ତି ।
ଯଦିଓ ଫନି ପରେ ଫଳ ଦର ଆକାଶ ଛୁଆଁ ରହିଛି ତଥାପି ଫଳ ଦୋକାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ପାଗ ଭଲ ରହିଥିବାରୁ ବେପାର ମଧ୍ୟ ଭଲ ହୋଇଥିବା କହିଛନ୍ତି ବ୍ୟବସାୟୀ । ସେହିପରି ସବୁ ବର୍ଷ ଭଳି ସ୍ବାମୀମାନଙ୍କ ମଙ୍ଗଳକାମନା ପାଇଁ ଚଳିତ ବର୍ଷର ସାବିତ୍ରୀକୁ ଧୁମ୍ ଧାମରେ ପାଳନ କରିବୁ ବୋଲି କହିଛନ୍ତି କିଛି ଗୃହିଣୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ