ETV Bharat / state

ନିଖୋଜ ଶିଶୁକୁ ତାଳଚେରରୁ ଉଦ୍ଧାର କଲା ବଡଚଣା ପୋଲିସ - jajpur child missing news

ଯାଜପୁର ଜିଲ୍ଲା ବଡଚଣାରୁ ନିଖୋଜ ଶିଶୁକୁ ତାଳଚେରରୁ ଉଦ୍ଧାର କଲା ବଡଚଣା ପୋଲିସ । ପୋଲିସ ଉଦ୍ଧାର ଶିଶୁ ପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ...

missing child rescued by badachana police
ନିଖୋଜ ଶିଶୁକୁ ତାଳଚେରରୁ ଉଦ୍ଧାର କଲା ବଡଚଣା ପୋଲିସ
author img

By

Published : Feb 9, 2021, 8:36 PM IST

ଯାଜପୁର: ନିଖୋଜ ଶିଶୁକୁ ଉଦ୍ଧାର କଲା ପୋଲିସ । ତାଳଚେରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ବଡଚଣା ପୋଲିସ । ଉଦ୍ଧାର ଶିଶୁକୁ ପୋଲିସ ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଥାଉକି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖୋସାଲିପୁର ଏକ ଆଦିବାସୀ ବସ୍ତିରୁ ଡିସେମ୍ବର 24 ତାରିଖରେ 4ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିଲେ । ଯାହାକୁ ନେଇ ପରିବାର ଲୋକେ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଧାନମଣ୍ଡଳ ଫାଣ୍ଡି ଓ ବଡ଼ଚଣା ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲେ । ଯାଜପୁର ଏସପି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପରିବାରକୁ ଭେଟି ଘଟଣା ବିଷୟରେ ଆଲୋଚନା କରିଥିଲେ । ଘଟଣାକୁ ବଡ଼ଚଣା ପୋଲିସ ଏକ ଟିମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ବିଭିନ୍ନ ସ୍ଥାନରେ ଶିଶୁ ନିଖୋଜ ନେଇ ପୋଲିସ ପୋଷ୍ଟର ମାରିଥିଲା ।

ନିଖୋଜ ଶିଶୁକୁ ତାଳଚେରରୁ ଉଦ୍ଧାର କଲା ବଡଚଣା ପୋଲିସ

ଗତକାଲି ବଡଚଣା ପୋଲିସର ଏକ ଟିମ ତାଳଚେରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁଟିକୁ ସ୍ଥାନୀୟ ଶିଶୁ ସୁରକ୍ଷା ଅଧିକାରୀ ହେପାଜତରେ ରଖିଥିଲେ । ଏହା ପରେ ପୋଲିସ ଉଦ୍ଧାର ଶିଶୁ ପୁତ୍ରକୁ ବଡ଼ଚଣା ଥାନା ପରିସରକୁ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅପହରଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.