ETV Bharat / state

ଅପହରଣ ପରେ ନାବାଳକକୁ ହତ୍ୟା ! - ଯାଜପୁର ନ୍ୟୁଜ

ଯାଜପୁର ଜିଲ୍ଲା କୋରେଇ ଥାନା ମକୁନ୍ଦପୁର ଗ୍ରାମର ନାବାଳକ ନିଖୋଜ ଘଟଣା । ଗାଁ ନିକଟ ନାଳରୁ ମୃତଦେହ ଉଦ୍ଧାର କଲା ପୋଲିସ । ତେବେ ଏଠାରେ ପ୍ରଶ୍ନ ଉଠୁଛି ହଠାତ୍ ନାବାଳକ ନିଖୋଜ ହୋଇଥିଲେ ନା ତାଙ୍କୁ କେହି ଅପହରଣ ପରେ ହତ୍ୟା କରି ନାଳକୁ ପିଙ୍ଗିଛି ? ତେବେ ପୋଲିସ ଘଟଣାକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅପହରଣ ପରେ ନାବାଳକଙ୍କୁ ହତ୍ୟା !
ଅପହରଣ ପରେ ନାବାଳକଙ୍କୁ ହତ୍ୟା !
author img

By

Published : Jul 3, 2021, 1:52 PM IST

ଯାଜପୁର: ମୁକୁନ୍ଦପୁର ନାବାଳକ ନିଖୋଜ ଘଟଣା । ଗାଁ ନିକଟ ନାଳରୁ ମୃତଦେହ ଉଦ୍ଧାର କଲା ପୋଲିସ । ତେବେ ଏଠାରେ ପ୍ରଶ୍ନ ଉଠୁଛି ହଠାତ୍ ନାବାଳକ ନିଖୋଜ ହୋଇଥିଲେ ନା ତାଙ୍କୁ କେହି ଅପହରଣ ପରେ ହତ୍ୟା କରି ନାଳକୁ ପିଙ୍ଗିଛି ? ତେବେ ପୋଲିସ ଘଟଣାକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ।

ଅପହରଣ ପରେ ନାବାଳକଙ୍କୁ ହତ୍ୟା !

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ଥାନା ମକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ ୧୨ ବର୍ଷର ପୁଅ ତ୍ରିଲୋଚନ ଓରଫ ବୁଲୁ ଶୁକ୍ରବାର ୧୨ଟା ଠାରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବୁଲୁର କୌଣସି ସନ୍ଧାନ ନପାଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

ମାତ୍ର ଶନିବାର ସକାଳୁ ଗାଁ ନିକଟ ନାଳରୁ ବୁଲୁର ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ କୋରେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

ତେବେ କେଉଁ ପରିସ୍ଥିତିରେ ବୁଲୁର ମୃତ୍ୟୁ ହୋଇଛି ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେହି ତାକୁ ମାରି ନାଳରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏପଟେ ଘଟଣାକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.