ETV Bharat / state

ମାଆ କୋଳ ହେଲା ଖାଲି, ପୋଖରୀରେ ବୁଡ଼ି ନାବାଳକ ମୃତ - ଯାଜପୁର ଖବର

ଯାଜପୁର ଜିଲ୍ଲା ସାରାଙ୍ଗପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଯାଇ ନାବାଳକର ମୃତ୍ୟୁ । ଅଧିକ ପଢନ୍ତୁ

ପୋଖରୀରେ ବୁଡ଼ି ନାବାଳକ ମୃତ
ପୋଖରୀରେ ବୁଡ଼ି ନାବାଳକ ମୃତ
author img

By

Published : Jul 17, 2022, 1:27 PM IST

ଯାଜପୁର: ବିଧାତାର ଏ କି ବିଧାନ। ଯାଜପୁର ଜିଲ୍ଲା ସାରାଙ୍ଗପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଯାଇ ଜଣେ ନାବାଳକର ଜୀବନ ଚାଲିଯାଇଛି । ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳଟିର ମୃତ୍ୟୁ ହୋଇଛି । ଏକମାତ୍ର ପୁଅର ମୃତ୍ୟୁପରେ ମାଆ କୋଳ ଖାଲି ହୋଇଯାଇଛି ।

ମାଆ କୋଳ ହେଲା ଖାଲି, ପୋଖରୀରେ ବୁଡ଼ି ନାବାଳକ ମୃତ

ସୂଚନା ଅନୁସାରେ, କଇଁଚି ଶାସନ ଗାଁର ସୁଶାନ୍ତ ମଲ୍ଲିକଙ୍କ 4ବର୍ଷର ପୁଅ ସାରଙ୍ଗପୁର ମାମୁଁ ଘରକୁ ଯାଇଥିଲେ l ଆଜି (ରବିବାର) 10ଟା ବେଳେ ମାମୁଁ ଘର ନିକଟରେ ଥିବା ଇଟାଭାଟି ପାଖରେ ଖେଳୁଥିଲେ l ଅନେକ ସମୟ ଧରି ନାବାଳକ ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳକ ଜଣକ ଇଟାଭାଟି ନିକଟରେ ଥିବା ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ l

ନାବାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନାବାକକୁ ମୃତ ଘୋଷଣା କରିଛନ୍ତି । ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମାଆର ବୁକୁଫଟା କାନ୍ଦରେ ଫାଟି ପଡୁଛି ଗାଁ । ଏକମାତ୍ର ପୁଅକୁ ହରେଇ ଛାତି ବାଡେଇ ଦାଣ୍ଡରେ ଲୋଟି ପଡୁଛି ମାଆ । ତା ପୁଅ ଆଉ ତା କୋଳକୁ କେବେ ଫେରିବ ନାହିଁ ସେ କଥାକୁ ବିଶ୍ବାସ କରି ପାରୁନାହିଁ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.