ETV Bharat / state

ନଦୀରେ ବୁଡ଼ି ନାବାଳକ ମୃତ

author img

By

Published : Jun 3, 2022, 11:00 PM IST

ଗାଧୋଇବାବେଳେ ନଦୀରେ ବୁଡ଼ି ନାବାଳକ ମୃତ । ଯାଜପୁରର ମହମ୍ମଦ ଜମାପୁର ଗାଁର ଅଜୟ ରାଉତଙ୍କ ପୁଅ ଅଭିନାଶର ନଦୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ତନ୍ତି ଘାଇ ଗଣ୍ଡରେ ବୁଡ଼ି ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ନଦୀରେ ବୁଡ଼ି ନାବାଳକ ମୃତ
ନଦୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାବେଳେ ଗଣ୍ଡରେ ବୁଡ଼ି ନାବାଳକର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ ମହମ୍ମଦ ଜମାପୁର ଗାଁରେ । ମୃତକ ହେଲେ ସେହି ଗାଁର ଅଜୟ ରାଉତଙ୍କ ପୁଅ ଅଭିନାଶ ରାଉତ ।

ସୂଚନା ଅନୁସାରେ ଅଭିନାଶ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ତନ୍ତି ଘାଇ ଗଣ୍ଡରେ ବୁଡ଼ି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଯାଜପୁର ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.