ETV Bharat / state

ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳକୁ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଗସ୍ତ

ମା’କୁ ସମ୍ମାନ ଗାଁକୁ କାମ, ବିଭିନ୍ନ ଲୋକାଭିମୁଖୀ ଯୋଜନା, ମହିଳା ମାନଙ୍କୁ ଅଗ୍ରାଧିକାର, ସୁକିନ୍ଦା ଅଞ୍ଚଳର ବିକାଶ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ଖଣି ଅଞ୍ଚଳବାସୀ । ଅଧିକ ପଢନ୍ତୁ

author img

By

Published : Jun 23, 2022, 8:46 PM IST

ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳକୁ ଖଣି ଏବଂ ଇସ୍ପାତ ମନ୍ତ୍ରୀଙ୍କ ଗସ୍ତ

ଯାଜପୁର: ଆଜି(ଗୁରୁବାର) ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକା କାଳିଆପାଣି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଧନ୍ୟବାଦ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ଏବଂ ସୁକିନ୍ଦା ଅଞ୍ଚଳକୁ ବହୁ ବିକାଶ ମୂଳକ ଯୋଜନାରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁକିନ୍ଦା ବ୍ଲକ ବିଜୁ ଜନତା ଦଳ, ଖଣି ଅଞ୍ଚଳବାସୀ ଓ ଶ୍ରମିକ ସଂଗଠନ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମେତ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀ ଓ ବିଧାୟକଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଅଣାଯାଇ ଆୟୋଜିତ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜୁ ଜନତା ଦଳ ଓ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ଓ ବିଶ୍ୱାସ କରି ଦୀର୍ଘବର୍ଷ ଧରି ଶାସନ ଗାଦିରେ ବସାଇଥିବାରୁ ଖଣି ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ଓ ବିଧାୟକ । ଏଥିସହିତ ଦଳୀୟ କର୍ମୀ ଓ ନେତା ମାନଙ୍କୁ ମଧ୍ୟ ତାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଧନ୍ୟବାଦ ଦିଆଯାଇଥିଲା । ଆଗାମୀ ଦିନରେ ଏହି ଖଣି ଅଞ୍ଚଳର ଆହୁରି ବିକାଶ ହେବ ବୋଲି ଖଣି ମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.