ETV Bharat / state

ଗେଣ୍ଡାଳିଆଙ୍କ ପେଣ୍ଠସ୍ଥଳୀ ଯାଜପୁର, ପକ୍ଷୀଙ୍କ ସୁରକ୍ଷା ଦାବି - ପକ୍ଷୀଙ୍କ ସୁରକ୍ଷା ପାଇଁ ଅନୁରୋଧ

ଯାଜପୁରରେ ଏହି ସମୟରେ ହଜାର ହଜାର ଗେଣ୍ଡାଳିଆଙ୍କ ସୁଅ ଛୁଟୁଛି । ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ସୁରକ୍ଷା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁରରେ ହଜାର ହଜାର ଗେଣ୍ଡାଳିଆ
ଯାଜପୁରରେ ହଜାର ହଜାର ଗେଣ୍ଡାଳିଆ
author img

By

Published : Aug 19, 2023, 9:22 PM IST

ଯାଜପୁରରେ ହଜାର ହଜାର ଗେଣ୍ଡାଳିଆ

ଯାଜପୁର: ଗେଣ୍ଡାଳିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି ଯାଜପୁର ଜିଲ୍ଲା। ବ୍ୟାସନଗର ସହରର ସାପଗଡିଆ, ଧାନମଣ୍ଡଳ ରେଳ ଷ୍ଟେସନ ଓ ସୁକିନ୍ଦା ଥାନା ପରିସରରେ ଏବେ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ଦେଖିବାକୁ ମିଳୁଛି । ଏହି ପକ୍ଷୀଗୁଡ଼ିକ ଗତ 25 ବର୍ଷରୁ ଊର୍ଦ୍ଧ୍ଵ ହେବ ସମ୍ପୃକ୍ତ ଅଞ୍ଚଳରେ ଥିବା ଗଛରେ ବସାବାନ୍ଧି ରହି ଆସୁଛନ୍ତି l ଏହି ପକ୍ଷୀଗୁଡ଼ିକ ଜୁଲାଇ ମାସ ଆରମ୍ଭରୁ ଆସୁଥିବାବେଳେ ଡିସେମ୍ବର ମାସ ବେଳକୁ ଏମାନେ ଚାଲି ଯାଇଥାନ୍ତି l ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ସୁରକ୍ଷା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି ।

ଜିଲ୍ଲାରେ ସର୍ବାଧିକ ଗେଣ୍ଡାଳିଆ ପକ୍ଷୀ ବ୍ୟାସନଗର ସହରର ସାପଗଡିଆ ଅଞ୍ଚଳରେ ଦେଖିବାକୁ ମିଳୁଛି l ଫଳରେ କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ l ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସେମାନେ ଏହି ସମୟରେ ଏଠାକୁ ଆସୁଛନ୍ତି l ଏହିଠାରେ ରହି ବସା ବାନ୍ଧିବା ପରେ ଅଣ୍ଡା ଦେଇଥାନ୍ତି। ନିର୍ଦ୍ଧାରିତ ସମୟରେ ଅଣ୍ଡା ଫୁଟିବା ପରେ କୁନି ପକ୍ଷୀ ଶାବକ ବାହାରି ଖଣ୍ଡି ଉଡ଼ା ଦେଇଥାନ୍ତି l ବର୍ଷା ଝଡ଼ ସମୟରେ ଗଛ ତଳକୁ ଖସି ପଡୁଥିବାରୁ ଅନେକ ପକ୍ଷୀ ଶାବକଙ୍କର ବେଳେ ବେଳେ ମୃତ୍ୟୁ ହେଉଥିବାର ମଧ୍ୟ ନଜିର ରହିଛି l ପକ୍ଷୀଗୁଡିକ ବଡ଼ ହୋଇଗଲେ ଡିସେମ୍ବର ମାସ ଶେଷ ସୁଦ୍ଧା ପୁଣି ଫେରି ଯାଇଥାନ୍ତି l ସେପଟେ ଏହି ପକ୍ଷୀକୁ ଅଧିକ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

ଏହା ବି ପଢନ୍ତୁ...ବର୍ଷା ଆଗମନର ସନ୍ଦେଶ ନେଇ ଗାଁକୁ ଆସୁଛନ୍ତି ବିଦେଶୀ ପକ୍ଷୀ, ଅତିଥିଙ୍କ ଆଗମନରେ ମୁଖରିତ ପରିବେଶ

ପ୍ରାୟ 15 ହଜାରରୁ ଊର୍ଦ୍ଧ୍ଵ ପକ୍ଷୀ ପ୍ରତ୍ୟେକ ବର୍ଷ ଏହି ସମୟରେ ବ୍ୟାସନଗର ସହରର ସାପଗଡିଆ, ଧାନମଣ୍ଡଳ ରେଳ ଧାରଣା ଓ ସୁକିନ୍ଦା ଥାନା ପରିସରରେ ଥିବା ବଡ଼ ଗଛକୁ ଆସୁଥିବା ଦେଖିବାକୁ ମିଳେ । ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଅନେକ ପକ୍ଷୀବଂଶ ଲୋପ ପାଇବାକୁ ବସିଲାଣି l ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏହି ଗେଣ୍ଡାଳିଆ ପକ୍ଷୀମାନଙ୍କ ଉପରେ ଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ସବୁବେଳେ ନଜର ରଖିଛନ୍ତି l ଗାଁରେ ପାଳିକରି ଲୋକେ ଜଗି ରହୁଛନ୍ତି l

ଅଧିକାଂଶ ସମୟରେ ଅଣ୍ଡା ଗୁଡିକ ତଳେ ପଡି ନଷ୍ଟ ହୋଇଯାଉଥିବାରୁ "ଯଦି ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଆନ୍ତା, ତା ହେଲେ ଅଣ୍ଡା ଗୁଡିକ ସୁରକ୍ଷିତ ଭାବେ ରହିପାରନ୍ତା," ବୋଲି ଗ୍ରାମବାସୀ କହିଛନ୍ତି l

ସେପଟେ ଏ ସମ୍ପର୍କରେ ଯାଜପୁରରୋଡ୍ ବନ ବିଭାଗର ରେଞ୍ଜର ଜ୍ୟୋତିରଂଜନ ମହାପାତ୍ର କହିଛନ୍ତି, "ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ l ତଥାପି ଆମେ ନିୟମିତ ଭାବେ ପକ୍ଷୀଙ୍କ ଅବସ୍ଥାନ ଉପରେ ନଜର ରଖିଛୁ ଏବଂ ଯିଏ ଶିକାର କରୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ l"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.