ଯାଜପୁର: ଘରୋଇ ନର୍ସିଂ ହୋମ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯାଜପୁର ଜିଲାପାଳଙ୍କୁ ଦାବିପତ୍ର । ସରକାରୀ ଡାକ୍ତରଖାନାରେ ସୁରକ୍ଷା ଭଳି ଘରୋଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ସହିତ ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ଗରିବ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଏବଂ ବିଜୁ କୃଷକ ସ୍ବାସ୍ଥ୍ୟ ବୀମା ପାଇଁ ନର୍ସିଂ ହୋମ ଗୁଡିକ ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ପାଇବାକୁ ଥିଲେ ହେଁ ସରକାର ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାଁନ୍ତି । ସେଥିପାଇଁ ଆସନ୍ତା ୩୦ ତାରିଖ ମଧ୍ୟରେ ଏହି ଅର୍ଥ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି । ଏନେଇ ଯାଜପୁର ନର୍ସିଂ ହୋମ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ