ETV Bharat / state

ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ବୈଠକ

author img

By

Published : Jul 28, 2020, 6:54 PM IST

ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗକୁ କୋରୋନାର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ପ୍ଲାଜମା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

plasma donation in jajpur, corona treatment in jajpur, corona update in jajpur, jajpur latest news, infrastucture construction fo plasma donation in jajpur, ଯାଜପୁରରେ ପ୍ଲାଜମା ସଂଗ୍ରହ, ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରରେ କୋରୋନା ଚିକିତ୍ସା, ଯାଜପୁରରେ କୋରୋନା ଅପଡେଟ
ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ

ଯାଜପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଜିଲ୍ଲାରେ କୋରୋନାର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଆଗକୁ କୋରୋନାର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ପ୍ଲାଜମା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ପ୍ଲାଜମା ସଂଗ୍ରହ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଡାକ୍ତରଖାନାରେ ଅପରିଚିତଙ୍କ ମୃତଦେହ ସଂଗ୍ରହ ପାଇଁ ସ୍ବତନ୍ତ୍ର ମେସିନ ସହିତ ପ୍ଲାଜମା ସଂରକ୍ଷିତ କରି ରଖିବା ପାଇଁ ସ୍ବତନ୍ତ୍ର ମେସିନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.