ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ହନ୍ତସନ୍ତ ରୋଗୀ - problem

ଲମ୍ବା ଧାଡି ବାନ୍ଧିଛନ୍ତି ଶହଶହ ରୋଗୀ । ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ , ବରଂ ବ୍ୟାସନଗରରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର । ନାହିଁ ନାହିଁରେ ଚାଲିଛି ଜିଲ୍ଲାର ଏହି ଡାକ୍ତରଖାନା । 3 ଜଣ ଡାକ୍ତରଙ୍କୁ ନେଇ ଦୀର୍ଘ 2 ବର୍ଷ ହେବ ଚିକିତ୍ସା ଚାଲିଥିବା ବେଳେ ରୋଗୀମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର
author img

By

Published : Jul 9, 2019, 8:31 PM IST

ଯାଜପୁର: ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୁଖ୍ୟ ସମସ୍ୟା ହୋଇଉଠିଛି ଡାକ୍ତରଙ୍କ ଅଭାବ । ଏହିପରି ଅସୁବିଧା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ଦେଖିବା ପାଇଁ ମାତ୍ର 3 ଜଣ ଡାକ୍ତର ରହିଛନ୍ତି । ତେବେ ଜିଲ୍ଲାର ଏ ସମସ୍ୟା ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘଦିନର ।

ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଭାରତ ଷ୍ଟିଲର ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ମୁଖଶାଳା ବ୍ୟାସନଗରରେ ଥିବା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 1945 ମସିହାରେ ପ୍ରତିଷ୍ଠା ହେଇଥିଲା । କିନ୍ତୁ ପ୍ରତିଷ୍ଠା ଦିନରୁ ଏହା ଉନ୍ନତି ବଦଳରେ ଅବନତୀର ଶିଖର ଦେଶକୁ ଅତିକ୍ରମ କରୁଛି ।

ଡାକ୍ତରଖାନାକୁ ଚଳାଇବାକୁ ବର୍ତ୍ତମାନ ସ୍ଥିତିରେ ମାତ୍ର 3ଜଣ ଡାକ୍ତର ରହିଛନ୍ତି । ସେଥିମଧ୍ୟରୁ ଜଣେ ରଥଯାତ୍ରା ଡ୍ୟୁଟିରେ ଯାଇଥିବା ବେଳେ ଏବେ ମାତ୍ର ଦୁଇଜଣ ଚଲାଉଛନ୍ତି ଏହି ଡାକ୍ତରଖାନାକୁ । ତେବେ ଖଣି ଖାଦାନ ଭରା ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଜନିତ ଶହଶହ ରୋଗୀ ଆସି ଫେରିକି ଯାଉଛନ୍ତି । ଏହାସହ ଦୂରରୁ ଆସୁଥିବା ରୋଗୀ ଚିକିତ୍ସା ପାଇନପାରି ପ୍ରାଇଭେଟରେ ଦେଖାଇ ଖର୍ଚ୍ଚାନ୍ତ ହେଉଛନ୍ତି ।

ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପୌରାଞ୍ଚଳର 26 ଗୋଟି ୱାର୍ଡ ନିର୍ଭର କରନ୍ତି । ବର୍ତ୍ତମାନ ପରିସ୍ଥିତିରେ ଡାକ୍ତର ପଦବୀ ଖାଲିପଡିଛି ତା ନୁହେଁ ଆବଶ୍ୟକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନାହାଁନ୍ତି । ସବୁଠାରୁ ବଡ଼ କଥା ସାରା ଭାରତରେ ନଗଡ଼ାର ଅପପୃଷ୍ଟି ଜନିତ ଶିଶୁ ମୃତ ଘଟଣା ପରେ ଜିଲ୍ଲାରେ ଜଣେ ମାତ୍ର ଶିଶୁ ବିଶେଷଜ୍ଞ ନରହିବା ଦୁଃଖର ବିଷୟ ।

ଅନ୍ୟପଟେ ଏହି ଅବ୍ୟବସ୍ଥା ସମ୍ପର୍କରେ ବ୍ୟାସନଗରବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି । ସେପଟେ ଡାକ୍ତର ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆବଶ୍ୟକ ସ୍ଥାନ ମାନଙ୍କରେ ପୂରଣ କରାଯିବ ବୋଲି ଯାଜପୁର ସିଡ଼ିଏମଓ କହିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଇ ନିଜର କାମ ସାରିଦେଉଛନ୍ତି । କିନ୍ତୁ ପ୍ରତିଶ୍ରୁତି ପୂରଣ କଥାକୁ ଭୁଲିଯିବା ଦୁର୍ଭାଗ୍ୟର ବିଷୟ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଓଡ଼ିଶାର ପ୍ରତେକ ଜିଲ୍ଲାରେ ମୁଖ୍ୟ ସମସ୍ୟା ହୋଇଉଠିଛି ପ୍ରତ୍ୟେକ ଡାକ୍ତରଖାନାରେ ଡାକ୍ତରଙ୍କର ଅଭାବ। ଯେମିତିକିକି ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖା ଦେଇଛି ବିଚିତ୍ର ବ୍ୟବସ୍ଥା। ନାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାତ୍ର ରୋଗୀ ଦେଖିବା ପାଇଁ 3 ଜଣ ଡାକ୍ତର। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଅନେକ ଦିନ ହେଲାଣି କଳିଙ୍ଗନଗରର ମୁଖଶାଳା ରେ ଥିବା ଏକମାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅବସ୍ଥା। ଆଉ ପ୍ରତେକ ଦିନ ଶହଶହ ରୋଗୀ ଡାକ୍ତରଙ୍କୁ ଦେଖା କରିବାକୁ ଘଣ୍ଟାଘଣ୍ଟା ଲମ୍ବା ଲାଇନରେ ଠିଆ ହେବାକୁ ପଡି ଥାଏ। ସେପଟେ ସିଡ଼ିଏମଓ କହିଛନ୍ତି ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୁବଶୀଘ୍ର ଏକ ଉର୍ଣ୍ଣତ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ ଡାକ୍ତର ସମସ୍ୟାକୁ ମଧ୍ଯ ଦୁର କରାଯିବ।

Body:ଭିଓ-୧-ଭଲକି ଦେଖନ୍ତୁ ଏହି ଦୃଶ୍ୟକୁ। କି ଭଳି ଏକ ଲମ୍ବା ଲାଇନରେ ଠିଆ ହେଉଛନ୍ତି ଶହଶହ ରୋଗୀ। ଏ କେଉଁ ମାଲକାନଗିରି କି କେବିକେର ଉପାନ୍ତ ଏରିଆ ନୁହେଁ। ଏହେଉଛି ଭାରତର ଷ୍ଟିଲର ରାଜଧାନୀ କହୁଥୁବ କଳିଙ୍ଗନଗର ମୁଖଶାଳା ବ୍ୟାସନଗରରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। 1945 ମସିହାରେ ପ୍ରତିଷ୍ଠା ହେଇଥିବା ଏହି ଡାକ୍ତରଖାନାର ଅବସ୍ଥା ଦିନ କୁ ଦିନ ଆହୁରି ତଳକୁ ଯାଉଛି। ଯେଉଁ ଡାକ୍ତରଖାନାକୁ ଚଳଉଛନ୍ତି ମାତ୍ର ତିନିଜଣ ଡାକ୍ତର। ଜଣେ ରଥଯାତ୍ରା ଡିଉଟିରେ ଯାଇଥିବା ବେଳେ ଏବେ ମାତ୍ର ଦୁଇଜଣ ଚଲାଉଛନ୍ତି ଏହି ଡାକ୍ତରଖାନାକୁ । ଖଣି ଓ କଳକାରଖାନା ଅଞ୍ଚଳରେ ଏହି ଡକ୍ଟରଖାନାଟି ଥିବାରୁ ପ୍ରତେକ ଦିନ ଗାଡି ଆଉ କଳକାରଖାନାରେ ଦୁର୍ଘଟଣା ଜନିତ ଶହଶହ ରୋଗୀ ଏହି ଡାକ୍ତରଖାନାକୁ ଆସିଥାନ୍ତି। ଯାହାଫଳରେ ଡାକ୍ତର ମାନେ ତାଙ୍କ ଚିକିତ୍ସା କରିବା ଫଳରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରିବାକୁ ସମୟ ମିଳିନଥାଏ । ତେବେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପୌରାଞ୍ଚଳର 26 ଗୋଟି ୱାର୍ଡ ଆଉ କୋରେଇ, ସୁକିନ୍ଦା,ଦାନଗଦି ଆଦି ବ୍ଲକର ଅନେକ ରୋଗୀ ଦୂରଦୂରାନ୍ତରୁ ଆସି ଉତ୍ତମ ଚିକିତ୍ସା ନପାଇ ପ୍ରାଇଭେଟ ଚିକିତ୍ସା କେନ୍ଦ୍ରରେ ଭର୍ତିହୋ ଚିକିତ୍ସା ପାଇଁ ଖର୍ଚ୍ଚ।ନ୍ତ ହୋଇଥାନ୍ତି ବୋଲ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେପଟେ ଏହି ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।
bite-୧-ପ୍ରଦୀପ କୁମାର ବେହେରା, ରୋଗୀଙ୍କ ସମ୍ପର୍କୀୟ
bite-୨-ମହେଶ୍ୱର ନାୟକ,ସ୍ଥାନୀୟ ବାସିନ୍ଦା
ଭିଓ-୨-କେବଳ ଡାକ୍ତର ପଦବୀ ଖାଲିପଡିଛି ତା ନୁହେଁ ଆବଶ୍ୟକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନାହାନ୍ତି। ତେବେ ସବୁଠାରୁ ବଡ଼ କଥା ସାରା ଭାରତରେ ନଗଡ଼ାର ଅପପୃଷ୍ଟି ଜନିତ ଶିଶୁ ମୃତ ଘଟଣା ପରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମାନଙ୍କର ଉତ୍ତମ ଚିକିତ୍ସା ପାଇଁ ଏକ ପୃଷ୍ଠି ସାଧନ କେନ୍ଦ୍ର ଖୋଲାଯାଇଛି ମାତ୍ର ଶିଶୁ ବିଶେଷଜ୍ଞ ନଥିବା ହେତୁ ଶିଶୁ ମାନଙ୍କର ଠିକ ସେ ଯତ୍ନ ନିଆଯାଇ ପାରୁନି। ସେପଟେ ଏହି ସମସ୍ୟା ସମ୍ପର୍କରେ ଆମେ ଭେଟିଥିଲୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସେ ଏହି ସମସ୍ୟା ପ୍ରତି ଅବଗତ ଥିବା କହିଛନ୍ତି ଆଉ ଡାକ୍ତର ଅଭାବରୁ ଏହି ରୋଗୀମାଙ୍କୁ ଉତ୍ତମ ଚିକିତ୍ସା କରିବାର ଅସୁବିଧା ହେଉଥିବା ମାନିଛନ୍ତି। ସେପଟେ ଡାକ୍ତର ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆବଶ୍ୟକ ସ୍ଥାନ ମାନଙ୍କରେ ପୂରଣ କରାଯିବ ବୋଲି ଯାଜପୁର ସିଡ଼ିଏମଓ କହିଛନ୍ତି।
bite-୩-ସନ୍ତୋଷ କୁମାର ପୃଷ୍ଟି, ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ
bite-୪-ଡ଼ ରଶ୍ମିପ୍ରକାଶ ଶତପଥୀ, ସିଡ଼ିଏମଓ,ଯାଜପୁର

Conclusion:ପ୍ରାଥମିକ ଡାକ୍ତରଖାରେ ଦେଖାଦେଇଥିବା ଏଭଳି ଅବ୍ୟବସ୍ଥା ସମ୍ପର୍କରେ ବାରମ୍ବାର ଅଭିଯୋଗ କରୁଛନ୍ତି ବ୍ୟାସନଗର ବାସୀ । ବାରମ୍ବାର ବିଭାଗୀୟ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଇ ନିଜର କାମ ସାରିଦେଉଛନ୍ତି କିନ୍ତୁ ପ୍ରତିଶ୍ରୁତି ପୂରଣ କଥାକୁ ଭୁଲିଯିବା ଦୁର୍ଭାଗ୍ୟର ବିଷୟ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.