ETV Bharat / state

ମାଟ୍ରିକ ପରୀକ୍ଷା ଫଳାଫଳ ପାଇଁ ଶିକ୍ଷକଙ୍କୁ ଶ୍ରେୟ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଭଲ ରହିଥିବାରୁ ଏହାର ସଂପୂର୍ଣ୍ଣ ଶ୍ରେୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯାଜପୁର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 29, 2020, 4:38 PM IST

ମାଟ୍ରିକ ପରୀକ୍ଷା ଫଳାଫଳ ପାଇଁ ଶିକ୍ଷକଙ୍କୁ ଶ୍ରେୟ ଦେଲେ ଗଣଶିକ୍ଷାମନ୍ତ୍ରୀ

ଯାଜପୁର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଭଲ ରହିଥିବାରୁ ଏହାର ସଂପୂର୍ଣ୍ଣ ଶ୍ରେୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯାଜପୁର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବର୍ଷସାରା ବିଭିନ୍ନ ସ୍କୁଲରେ ସରପ୍ରାଇଜ ଭିଜିଟ କରାଯିବାରୁ ଏହାର ଅନେକ ସୁପ୍ରଭାଵ ପଡ଼ିଥିବା କଥା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଶିକ୍ଷାମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନଙ୍କୁ ଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟରେ ପାସ ହାର 78.76 ପ୍ରତିଶତ ରହିଛି । ମୋଟ 4,21,256 ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସମୁଦାୟ 2,62,738 ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ 2,15,367 ଜଣ ପାସ କରିଛନ୍ତି । ସେପଟେ 2,47,451 ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ 1,92,501 ଜଣ ପାସ କରିଛନ୍ତି । ଛାତ୍ରୀଙ୍କ ପାସହାର 81.98 ରହିଛି । ଅନ୍ୟପକ୍ଷରେ ଛାତ୍ରଙ୍କ ପାସହାର 77.8 ପ୍ରତିଶତ ରହିଛି। ତେବେ ଚଳିତ ବର୍ଷ 678ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ରହିଥିବା ବେଳେ 31ଟି ସ୍କୁଲର ଫଳାଫଳ ଶୂନ ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.