ETV Bharat / state

ମହିଳାଙ୍କ ମୃତଦେହ ଉଦ୍ଧାର, ଯୌତୁକଜନିତ ହତ୍ୟା ଅଭିଯୋଗ

ଯାଜପୁର ସଦର ଥାନା ଏରବାଙ୍କ ଗାଁରେ ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଘଟଣାକୁ ନେଇ ସଦର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ମାମଲାର ତଦନ୍ତ କରୁଛି ପୋଲିସ । ଅଧିକ ଖବର ପଢନ୍ତୁ...

author img

By

Published : Nov 17, 2019, 7:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ସଦର ଥାନା ଏରବାଙ୍କ ଗାଁରୁ । ବିବାହିତା ମହିଳା ମିନତୀଙ୍କୁ ତାଙ୍କ ଶାଶୂ ଘର ଲୋକ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମିନତୀଙ୍କ ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାନୁଯାୟୀ, ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମର ଜ୍ଞାନେନ୍ଦ୍ର ଦାସଙ୍କ ଝିଅ ମିନତୀ ୩ ବର୍ଷ ତଳେ ମନୋଜ ନାୟକକୁ ବିବାହ କରିଥିଲେ । ବିବାହ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଥାନା ମାଧ୍ୟମରେ ଏକାଧିକ ବାର ଆପୋଷ ମିଳାମିଶା ମଧ୍ୟ ହୋଇଥିଲା ।

ରବିବାର ମିନତୀଙ୍କ ମୃତଦେହ ତାଙ୍କୁ ଶାଶୂ ଘରୁ ଉଦ୍ଧାର କରାଯାଇଛି । ସେପଟେ ଘଟଣାକୁ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ମାମଲାର ତଦନ୍ତ କରୁଛି ପୋଲିସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – badhu hatya abhijoga
Format – AVO
Reporter – Gyanaranjan ojha
Place – Jajpur
Date - 17.11.2019
Anchor – ଯୈାତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ଏରବାଙ୍କ ଗାଁ ରୁ ଆସିଛି ଏଭଳି ଅଭିଯୋଗ । ଗାଁର ମନୋଜ ନାୟକଙ୍କ ପତ୍ନି ମିନତୀ ଙ୍କ ଝୁଲନ୍ତା ଶବ ନିଜ ଶାଶୁ ଘରୁ ଉଦ୍ଧାର ହୋଇଛି । ତାଙ୍କୁ ଯୌତୁକ ପାଇଁ ପୂର୍ବରୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ଶାଶୁ ଘର ଲୋକେ ମିନତୀକୁ ହତ୍ୟା କରିଦେଇଛନ୍ତି ବୋଲି ବାପ ଘର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମର ଜ୍ଞାନେନ୍ଦ୍ର ଦାସଙ୍କ ଝିଅ ମିନତୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଏକାଧିକ ବାର ଥାନା ମାଧ୍ୟମରେ ଆପୋଶ ମିଳାମିଶା ମଧ୍ୟ ହୋଇଥିଲା । ତେବେ ଏ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରଖିଛି ପୋଲିସ ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.