ETV Bharat / state

ପୌର ଫାଇଟ: ନାମାଙ୍କଲ ଦାଖଲ ଶେଷ, ବ୍ୟାସନଗରରେ ୧୦୦ ଜଣ ଭରିଲେ ପ୍ରାର୍ଥୀପତ୍ର - Election 2022

ଶେଷ ଦିନରେ ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଠାରେ ମୋଟ ୧୦୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପୌର ଫାଇଟ: ନାମାଙ୍କଲ ଦାଖଲ ଶେଷ, ବ୍ୟାସନଗରରେ ୧୦୦ ଜଣ ଭରିଲେ ପ୍ରାର୍ଥୀପତ୍ର

author img

By

Published : Mar 7, 2022, 9:39 PM IST

ଯାଜପୁର: ଜିଲ୍ଲାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା । ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଶେଷ ଦିନରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ତା ସହିତ ବିଜେଡି ପକ୍ଷରୁ ୧୪ କାଉନସିଲର ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ସଙ୍ଗୀତା ପିଙ୍ଗୁଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୌର ଫାଇଟ: ନାମାଙ୍କଲ ଦାଖଲ ଶେଷ, ବ୍ୟାସନଗରରେ ୧୦୦ ଜଣ ଭରିଲେ ପ୍ରାର୍ଥୀପତ୍ର

ସେହିପରି କଂଗ୍ରେସ ଦଳରୁ ୧୬ ଜଣ ପ୍ରାର୍ଥୀ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ସୁନିତା ଜମୁଡ଼ା ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ବିଜେଡି ପକ୍ଷରୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବରୀ ବିଧାୟିକା ସୁନନ୍ଦା ଦାସ ଓ କୋରେଇ ବିଧାୟକ ଅଶୋକ ବଳ ଓ ପୂର୍ବତନ ସାଂସଦ ରୀତା ତରାଇ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ମାର୍ଚ୍ଚ ୨ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଶେଷ ଦିନ ସୁଦ୍ଧା ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡ ପାଇଁ ୯୭ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ନାମାଙ୍କନ ଦାଖଲ କରିଛନ୍ତି । ତା ସହିତ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଏହି ପୌରାଞ୍ଚଳରେ କାଉଁସିଲର ଓ ପୌରଧ୍ୟକ୍ଷ ପଦ ପାଇଁ ମୋଟ ୧୦୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ । ଏହାକୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ପୌର ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.