ଯାଜପୁର: ନଗଡା ଅଧିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜଣେ ପ୍ରବାସୀ ଓଡିଆ ଉଦ୍ୟମ କରିଛନ୍ତି । ପ୍ରବାସୀ ଓଡିଆ ସତ୍ୟ ସୂତାର ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସୁଦୂର ସିଙ୍ଗାପୁରରେ ରହୁଥିବା ସତ୍ୟ ଗତକାଲି ନଗଡା ଗ୍ରାମରେ ପହଞ୍ଚିଥିଲେ । ସେଠାରେ ପ୍ରତ୍ୟେକ ପରିବାରକୁ ଶାଢ଼ି ଓ ଡ୍ରେସ ବଣ୍ଟନ କରିଥିଲେ । ଏହା ସହିତ ଅର୍ଥନୈତିକ ବିକାଶ ପାଇଁ ଏକ କମିଟି ଗଠନ କରି ସେମାନଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଟଙ୍କାକୁ ସ୍ଥାନୀୟ ଲୋକେ ବିନା ସୁଧରେ ନେଇ ନିଜର ଆବଶ୍ୟକତା ପୂରଣ କରିପାରିବେ । ଏଭଳି ଏକ ପଦକ୍ଷେପକୁ ନଗଡାବାସୀ ବେଶ ପସନ୍ଦ କରିଛନ୍ତି ।
ନଗଡାରେ ଭିତ୍ତିଭୂମିର ବିକାଶ ହୋଇଥିଲେ ମଧ୍ୟ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିନାହିଁ । ତେଣୁ ସେ ଏଠାରେ ଏକ ବ୍ୟାଙ୍କ ଖୋଲିବାକୁ ଚାହିଁଥିଲେ ବୋଲି ସତ୍ୟ କହିଛନ୍ତି । ସତ୍ୟଙ୍କ ଏହି କାର୍ଯ୍ୟ ପାଇଁ ନଗଡାବାସୀ ନିଜର କୃତଜ୍ଞତା ପ୍ରଦାନ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ